Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସାନ ଭଉଣୀ ଦେହରେ ଆସୁଛି ବଡ଼ ଭଉଣୀ ଆତ୍ମା, କହୁଛି- ‘ମୋତେ ସେମାନେ ମାରି ଦେଲେ..’ ଖାତାରେ ଲେଖୁଛି ନାଁ

21/06/2020 at 7:57 PM

ସାନଖେମୁଣ୍ଡି୨୧/୬: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ କରପଡା ପଞ୍ଚାୟତ ଦେଖାଳି ଗାଁରେ ସାନ ଭଉଣୀ ଶରୀରରେ ମୃତକ ବଡ଼ ଭଉଣୀର ପ୍ରେତଆତ୍ମା ସବାର ହେବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବଡ଼ ଭଉଣୀଙ୍କୁ କେତେ ଜଣ ମାରିଛନ୍ତି, ସେହି ସଂପର୍କରେ ଖାତାରେ ଗୋଟି ଗୋଟି ଲେଖୁଛନ୍ତି ସାନ ଭଉଣୀ। ପରିବାର ଲୋକେ ବିଭିନ୍ନ କଥା ପଚାରିବା ପରେ ସେହି ପ୍ରଶ୍ନର ଉତ୍ତର ଦୀର୍ଘ ସମୟ ଦେବା ପରେ ଝିଅଟି ବେହୋସ ହୋଇ ପଡିଯାଇଥିବା ଦେଖିବାକୁ ମିଳିଛି । ମେ ମାସ ୧୦ ତାରିଖରେ ଦେଖାଳି ଗ୍ରାମର ଲଡୁ ନାୟକଙ୍କ ଝିଅ ପ୍ରମୋଦିନି ନିଜ ମାଙ୍କ ସହ ଜମିକୁ ଯାଇଥିଲେ। କାମ ସରିବା  ପରେ ଝିଅ ନିକଟସ୍ଥ ନଦୀକୁ ଯାଇଥିଲେ । ମା ଘରକୁ ଫେରୁଥିଲେ  ଏହି କିଛି ସମୟ ପରେ ଚିତ୍କାର ଶୁଣି ମାଆ ନଦୀକ ଆସି ଦେଖିବାକୁ ପାଇଥିଲେ ଝିଅର ମୃତ ଦେହ ପଡି ରହିଛି ।

ଏହା ପରେ କେ ନୂଆଁ ଗାଁ ଥାନା ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ପହଁଞ୍ଚି ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର MKCG କୁ ପଠାଇଥିଲେ । ପରେ ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରହିଛି।  ପରିବାର ଲୋକ ମଧ୍ୟ ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତି ବଳାତ୍କାର ସହ ହତ୍ୟା କରିଥିବା ନେଇ ୩ ଦିନ ପରେ ବ୍ରହ୍ମପୁର SP ଙ୍କୁ ୨ ଥର ସାକ୍ଷାତ କରି ଯଥା ଶୀଘ୍ର ଗିରଫ କରିବା ପାଇଁ କହିଥିଲେ ।

ଏଭଳି ସମୟରେ ସାନ ଭଉଣୀ ଦେହରେ ବଡ଼ ଭଉଣୀର ପ୍ରେତାତ୍ମା ସବାର ହେବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଘଟଣା ନୂଆଁ ମୋଡ଼ ନେବାରେ ଲାଗିଛି। ଭିଡ଼ିଓଟି ୩ ଦିନ ପୂର୍ବର ହୋଇଥିବା ବେଳେ ଘର ଦାଣ୍ଡରେ ଯୁବତୀ ଜଣଙ୍କ ଭୂତ ଆସିବା ଭଳି ଆଚରଣ କରି ତା ବଡ଼ ଭଉଣୀକୁ କିଏ ମାରିଛି  ତା ନାଁ ଲେଖି ଚାଲିଛି ଖାତାରେ । ତେବେ ଏ ଭାଇରଲ ଭିଡ଼ିଓ ନେଇ ଥାନାରେ ମଧ୍ୟ ସୂଚନା ଅଛି ବୋଲି କହୁଛନ୍ତି ଥାନା ଅଧିକାରୀ ।

   Related Posts