ଏବେ ମୁଁ ମୋର ଆଉ ୨ପୁଅଙ୍କୁ ଭାରତୀୟ ସେନା ଭର୍ତ୍ତି କରୁଛି , ସେମାନେ ତା’ର ବଦଲା ନେବେ ବୋଲି କହିଲେ ଔରଙ୍ଗଜେବଙ୍କ ବାପା

Published By : Prameya-News7 Bureau | July 24, 2019 IST

ନୂଆଦିଲ୍ଲୀ୨୪|୭: ମୁଁ ମୋର ୬ ପୁଅଙ୍କୁ ଭାରତୀୟ ସେନାକୁ ସମର୍ପଣ କରିବି । ଏମିତି ଜଣେ ବାପାଙ୍କ ମୁହଁରୁ ଏମିତି କଥା ବାହାରିଛି ଯିଏ ପାଖାପାଖି ବର୍ଷକ ତଳେ ଆତଙ୍କୀଙ୍କ ପାଇଁ ନିଜର ଗୋଟେ ପୁଅକୁ ହରାଇଛନ୍ତି । ହଁ ଆମେ କହୁଛୁ ସେଇ ଜମ୍ମୁ କାଶ୍ମୀର ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଥିବା ଭାରତୀୟ ଯବାନ ଔରଙ୍ଗଜେବ୍‌ଙ୍କ ବାପାଙ୍କ ବାହାଦୁରୀର କଥା । ଯିଏ ଏବେ ପୁଣି ଥରେ ନିଜର ୨ପୁଅଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରିଛନ୍ତି । ଆଉ ଆତଙ୍କବାଦୀଙ୍କ ସହ ଲଢ଼ି ଭାଇ ମୃତ୍ୟୁର ବଦଲା ନେବାକୁ ବି ତୟାର ଏଭଳି ବାହାଦୁର ବାପାଙ୍କ ଦୁଇ ବାହାଦୁର ବେଟେ । ….

ତାରିଖ ଥିଲା ୧୪ ଜୁନ୍‌ ୨୦୧୮ । ପୁଲଓ୍ବାମାରୁ ମିଳିଥିଲା ଭାରତୀୟ ସେନାର ଯବାନ୍‌ ଔରଙ୍ଗଜେବଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ଆଉ ଏହି ଜମ୍ମୁ-କାଶ୍ମୀର ଘଟଣାର ପାଖାପାଖି ବର୍ଷକ ପରେ ଔରଙ୍ଗଜେବ୍‌ଙ୍କ ଭାଇ ମହମ୍ମଦ ସବିର୍‌ ଏବଂ ମହମ୍ମଦ ତାରିକ୍‌ ଭାରତୀୟ ସେନାରେ ସାମିଲ ହୋଇଛନ୍ତି । ଆଉ ବାପା ମହମ୍ମଦ ହନିଫ୍‌ଙ୍କ କଥା ପୂରା ହୋଇଛି ।

୧୪ଜୁନ୍‌ରେ ଇଦ୍‌ ମନାଇବାକୁ  ନିଜ ଗାଁକୁ ଯାଉଥିଲେ ଔରଙ୍ଗଜେବ୍‌ । ସେତେବେଳେ ପୁଲଓ୍ବାମାରେ ତାଙ୍କୁ ଅପହରଣ କରିନେଇଥିଲେ ଆତଙ୍କବାଦୀ । ଏହାପରେ ଏହି ଭାରତୀୟ ଯବାନଙ୍କ ତଲାସି ଆରମ୍ଭ କରିଥିଲା ଜମ୍ମୁ-କାଶ୍ମୀର ପୋଲିସ । ଶେଷରେ ମିଳିଥିଲା ଔରଙ୍ଗଜେବଙ୍କ ମୃତଦେହ । ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଥିଲା । ଏହି ଘଟଣା ପରେ ଔରଙ୍ଗଜେବଙ୍କ ବାପା କହିଥିଲେ, ତାଙ୍କ ପୁଅ ସହ ଆତଙ୍କବାଦୀମାନେ ଛଳନା କରିଛନ୍ତି । ଯଦି ସେମାନଙ୍କ ସହ ସାମ୍ନାସାମ୍ନି ଲଢ଼େଇ କରି ପୁଅ ମରିଥାନ୍ତା ତାହେଲେ ତାଙ୍କୁ ଦୁଃଖ ଲାଗିନଥାନ୍ତା । ସେଥିପାଇଁ ମୋ ମନରେ ଏବେ ବି ଦୁଃଖ ରହିଛି । ମୁଁ ନିଜେ ଚାହୁଁଛି ସେଇ ଆତଙ୍କବାଦୀଙ୍କ ସହ ଲଢ଼େଇ କରିବାକୁ ।ଯେଉଁମାନେ ମୋ ପୁଅକୁ ମାରିଛନ୍ତି । ହେଲେ ତାହା ଏବେ ସମ୍ଭବ ନୁହେଁ । ତେଣୁ  ଏବେ ମୁଁ ମୋର ଆଉ ୨ପୁଅଙ୍କୁ ଭାରତୀୟ ସେନା ଭର୍ତ୍ତି କରୁଛି । ସେମାନେ ତା’ର ବଦଲା ନେବେ । ଯେତେବେଳେ ଔରଙ୍ଗଜେବ୍‌ଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ଭାରତୀୟ ପ୍ରତିରକ୍ଷାମନ୍ତ୍ରୀଙ୍କୁ ତାଙ୍କ ବାପା ମହମ୍ମଦ ହନିଫ୍‌ କହିଥିଲେ ମୁଁ ମୋର ୬ ଛଅଟା ପୁଅଙ୍କୁ ଭାରତୀୟ ସେନାକୁ ସମର୍ପଣ କରିବି । ସେପଟେ ସେନାରେ ଭର୍ତ୍ତି ହେବା ପରେ ଔରଙ୍ଗଜେବ୍‌ଙ୍କ ଦୁଇ ଭାଇ କହିଛନ୍ତି ଟ୍ରେନିଂ ପୂରା ହେବା ପରେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବେ । ଆଉ ଭାଇ ମୃତ୍ୟୁର ବଦଲା ନେବେ ।

ଭାରତୀୟ ସେନାରେ ସାମିଲ ହୋଇ ଗର୍ବ ଅନୁଭବ କରୁଛନ୍ତି ଔରଙ୍ଗଜେବଙ୍କ ଏଇ ଦୁଇ ଭାଇ । ଟେରିଟୋରିଆଲ ଆର୍ମିର ଏହି ନିଯୁକ୍ତି ପାଇଁ ମୋଟ ୧୧ହଜାର ଯୁବକ ଅଂଶଗ୍ରହଣ କରିଥିଲେ । ଯେଉଁମାନଙ୍କ ଭିତରୁ ୧୦୦ଜଣ ସିଲେକ୍ସନ ହୋଇଛନ୍ତି  । ଆଉ ଏଇ ୧୦୦ଜଣଙ୍କ ଭିତରେ ଔରଙ୍ଗଜେବଙ୍କ ଦୁଇ ଭାଇ ବି ଅଛନ୍ତି । ଟେରିଟୋରିଆଲ ଆର୍ମି ବି ଭାରତୀୟ ସେନାର ଏକ ଅଂଶ ବିଶେଷ । ୧୮ରୁ ୪୨ବର୍ଷ ଭିତରେ ଯୁବକଙ୍କୁ ଏଥିରେ ନିଯୁକ୍ତି ପାଇଁ ବଛାଯାଏ । ତେବେ ଗୋଟେ ପଟେ ପାକିସ୍ତାନର ଇଶାରାରେ ଜମ୍ମୁ-କାଶ୍ମୀରକୁ ଭାରତ ଠାରୁ ଆଜାଦ୍‌ କରିବାକୁ ଆତଙ୍କୀଙ୍କ ସାଥ୍‌ ଦେଇ ମାରିବା ମରିବାକୁ ପଛାଉନଥିବା ଯୁବକମାନେ ଔରଙ୍ଗଜେବ୍‌ଙ୍କ ଏଇ ଦୁଇ ଭାଇଙ୍କ ଠାରୁ ଦେଶପ୍ରେମ କ’ଣ ଶିଖିବା କଥା ।

{"id":136988}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.