PNB ଋଣ ଠକେଇ ମାମଲାରେ EDଙ୍କୁ ସହଯୋଗ କରିବାକୁ ପତ୍ର ଲେଖିଲେ ନିରବଙ୍କ ଭାଇ ନିଶଲ ମୋଦି

Published By : Prameya-News7 Bureau | April 18, 2020 IST

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଋଣ ଠକେଇ ମାମଲାର ତଦନ୍ତରେ ସହଯୋଗ କରିବେ ବୋଲି ହୀରା ଆଭୂଷଣ ବ୍ୟବସାୟୀ ନିରବ ମୋଦିଙ୍କ ସାନ ଭାଇ ନିଶଲ ମୋଦି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ନିରବଙ୍କ ଅପରାଧିକ ଗତିବିଧି ସହ ତାଙ୍କର କୌଣସି ସମ୍ପୃକ୍ତି ନଥିବା ଦର୍ଶାଇ ଠକେଇରୁ ନିଜକୁ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି।

{"id":256264,"width":580,"height":327,"sizeSlug":"large"}

ବେଲଜିୟନ ଏଣ୍ଟୱାର୍ପରେ ରହୁଥିବା ନିଶଲ ପିଏନବି ଋଣ ଠକେଇ ମାମଲାରେ ତାଙ୍କ ଭାଇ ନିରବ ଓ ମାମଁ ମେହୁଲ ଚୌକସୀଙ୍କ ଭଳି ଜଣେ ଅଭିଯୁକ୍ତ ଅଛନ୍ତି। ତେବେ ମାମଲାର ତଦନ୍ତରେ ଇଡିଙ୍କୁ ନିଶଲ ଏକ ଫରେନସିକ୍ ଅଡିଟିଂରେ ସହୟତା କରିଛନ୍ତି। ବେଲଜିୟମର ଏକ ଅଡିଟ୍ ସଂସ୍ଥା ଦ୍ୱାରା ଏହି ଅଡିଟ୍ କରାଯାଇଥିଲା। ଯେଉଁଥିରେ ନିରବ ମୋଦିଙ୍କ ଫାୟାରଷ୍ଟାର ଡାୟମଣ୍ଡ ବିଭିବିଏର ସମସ୍ତ ନେଣଦେଣ, ଚାଲାଣ ଓ ସିପିଙ୍ଗର ତଥ୍ୟ ପ୍ରମାଣ ସମ୍ମତ ବୋଲି ସ୍ପଷ୍ଟ ହୋଇଛି।

{"id":256265,"width":579,"height":361,"sizeSlug":"large"}

ଫାୟାରଷ୍ଟାର ଡାୟମଣ୍ଡକୁ ଇଡି ନିରବ ମୋଦିଙ୍କ ଦ୍ୱାରା ମନିଲଣ୍ଡ୍ରିଂ ଲାଗି ବ୍ୟବହାର କରାଯାଇଥିବା କମ୍ପାନୀ ଭାବେ ଚିହ୍ନଟ କରିଛନ୍ତି। ତେବେ ନିଶାଲ ତାଙ୍କ ପତ୍ରରେ ବିଭାଗର ଯେ କୌଣସି ପ୍ରକାର ଯାଞ୍ଚରେ ସହଯୋଗ ଲାଗି ପ୍ରସ୍ତୁତ ଓ ଆଇନ ଅନୁସାରେ ସହାୟତା କରିବି ବୋଲି ଉଲ୍ଲେଖ କରିଛନ୍ତି। ଏହା ଛଡା ଇଡି ତାଙ୍କୁ ଏଣ୍ଟୱାର୍ପ ସହରରେ ସାକ୍ଷାତ କରିପାରିବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି ଯାହାଦ୍ୱାରା ସେ ଇଡିଙ୍କ ସମସ୍ତ ସନ୍ଦେହ ମୋଚନ କରିବାରୁ ଉଦ୍ୟମକରିବେ ବୋଲି ଲେଖିଛନ୍ତି। ତେବେ ନିରବଙ୍କ ଏପରି ଅପରାଧିକ ଗତିବିଧି ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି ସେ ଏପରି କିଛି କରୁଥିବାର ଜାଣି ନଥିଲେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି।

{"id":256266,"width":577,"height":325,"sizeSlug":"large"}

ତେବେ ନିଶଲଙ୍କ ଏପରି ପତ୍ରର କୌଣସି ମୂଲ୍ୟ ନାହିଁ ବୋଲି ଇଡି ଅଧିକାରୀ କହିଛନ୍ତି। କାରଣ ସମ୍ପୂର୍ଣ୍ଣ ପ୍ରକରଣରେ ସେ ମଧ୍ୟ ଜଣେ ଅଭିଯୁକ୍ତ। ଯଦି ସେ ବାସ୍ତବରେ କୌଣସି ସହାୟତା କରିବାକୁ ଚାହୁଁଥାନ୍ତି ତାଙ୍କୁ ଆସି ଭାରତରେ ଆତ୍ମସମର୍ପଣ କରିବାକୁ ହେବ ବୋଲି ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.