କରଞ୍ଜିଆ ୯।୧୧: ବଡ ଭାଇର କୁରାଢ଼ୀ ଆକ୍ରମଣରେ ସାନ ଭାଇ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଶରାସପୋଷୀ ଗ୍ରାମରେ । ମଙ୍ଗଳବାର ଦିନ ପ୍ରାୟ ୧୧ଟା ସମୟରେ ଏଭଳି ହତ୍ୟାକାଣ୍ଡ ଘଟିଛି । କକା ପୁଅ ଭାଇର କୁରାଢ଼ୀ ଆକ୍ରମଣରେ ସାନଭାଇର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଶରାସପୋଷି ଗ୍ରାମର ଲକ୍ଷ୍ମୀଧର ନାଏକ । ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
{"id":541085,"width":755,"height":415,"sizeSlug":"full","linkDestination":"none"}ସୂଚନାଯୋଗ୍ୟ ଯେ, ମୃତ ଲକ୍ଷ୍ମୀଧର ନାଏକ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିଲରେ ଥିବା ପାଚିଲା ଧାନ କାଟିବାକୁ ଯାଇଥିଲେ । ଏହି ସମୟରେ ସେ କୌଣସି ଜିନିଷ କିଣିବାକୁ ଗାଁ ମଝିରେ ଥିବା ଏକ ଦୋକାନକୁ ଆସି ଦୋକାନ ସମ୍ମୁଖରେ ଛିଡା ହୋଇଥିଲେ । ହଠାତ୍ ତାଙ୍କ କକା ପୁଅ ଭାଇ କୃଷ୍ଣ ନାଏକ ଏକ ଟାଙ୍ଗିଆ ଧରି ଆସି ଆତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଲକ୍ଷ୍ମୀଧର ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ହତ୍ୟା କରିଥିବା କୃଷ୍ଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।