ସାନଭାଇର ମାଡରେ ବଡଭାଇ ମୃତ : ପୂର୍ବ ଶତ୍ରୃତାରୁ ହତ୍ୟା ସନ୍ଦେହ

Published By : Prameya-News7 Bureau | November 17, 2019 IST

କନ୍ଧମାଳ ୧୭/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ସାରଂଗଡ ଥାନା ବନେଗାଁ ପିପଲପାଙ୍ଗା ଗାଁରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ସନ୍ଧ୍ୟାରେ ସାନଭାଇ ନୋବରା ପ୍ରଧାନର ମାଡରେ ବଡଭାଇ ଯୋଗେଶ୍ବର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

{"id":185418,"sizeSlug":"large"}

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ନୋବରା ହତ୍ୟା କରିଥିବା ନେଇ ସାରଂଗଡ ଥାନାରେ ଅଭିଯୋଗ ହୋଇଛି। ସାରଂଗଡ ଥାନା ପୋଲିସ୍ ଶବକୁ ଜବତ କରି ପଞ୍ଚନାମା ପାଇଁ ବାଲିଗୁଡା ଉପଖଣ୍ଡ ଡାକ୍ତର ଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.