Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଛକଟାକୁ ନେଇ ବଡ ଭାଇକୁ ହାଣିଲା ସାନ ଭାଇ, ରକ୍ଷା କରିବାକୁ ଯାଇ ସ୍ତ୍ରୀ ଓ ପୁଅ ଆହତ

12/05/2019 at 9:03 AM

ଆନନ୍ଦପୁର ୧୨|୫:  ଗଛକଟାକୁ କେନ୍ଦ୍ର କରି ବଡ ଭାଇକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ସାନଭାଇ । ଆନନ୍ଦପୁର ଥାନା ଗୟଳମୁଣ୍ଡା ପଞ୍ଚାୟତ ମାନାଡିହି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୃତକ ହେଲେ ଜିତେନ୍ଦ୍ର ହୋ । ଜିତେନ୍ଦ୍ରଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ତ୍ରୀ କୁଜୁର ହୋ ଏବଂ ପୁଅ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହତ୍ୟାକାରୀ ସାନଭାଇ ସମରା ହୋ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ତାର ପୁଅକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ । 

ସୂଚନାଯୋଗ୍ୟ ଯେ, ଦୁଇ ଭାଇଙ୍କ ଘର ପାଖାପାଖି ଥିବାବେଳେ ସାନଭାଇ ବାଡିରେ ଥିବା ଏକ ମହୁଲ ଗଛର ଡାଳ ବଡଭାଇ ଘର ଉପରେ ପଡିଥିଲା । ପବନରେ ଗଛ ଡାଳ ଘର ଉପରକୁ ଭାଙ୍ଗିବା ଭୟରେ  ତାକୁ କାଟି ଦେଇଥିଲା ଜିତେନ୍ଦ୍ର । ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ବଡଭାଇ ସହ ପାଟିତୁଣ୍ଡ ହୋଇଥିଲା ସାନଭାଇ ସମରାର । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ଏକ କାଠ କାଠ ଫାଳିଆରେ ଜିତେନ୍ଦ୍ରର ମୁଣ୍ଡକୁ ସମରା ମରିଦେବାରୁ ତାର ମୃତ୍ୟୁ ହୋଇଥିଲା । ଏଥିରେ ସମରାର ପୁଅ ସହଯୋଗ କରିଥିବା ବେଳେ ପୋଲିସ ତାକୁ ଅଟକ ରଖି ତଦନ୍ତ ଚଳାଇଛି ।

   Related Posts