ଟଙ୍କା ପାଇଁ ବଡ଼ ଭାଇର ପରିବାର ନିପାତ କଲା ସାନଭାଇ

Published By : Prameya-News7 Bureau | February 16, 2020 IST

ବଣେଇ ୧୬।୦୨- ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଦେଉଳହୁଡ଼ି ଗାଁରେ ଅଭାବନୀୟ । ବଡ଼ଭାଇର ପରିବାରକୁ ଟାଙ୍ଗିଆରେ ନୃଶଂସ ଭାବେ ହାଣି ନିପାତ କରିଛି ସାନ ଭାଇ । ସଂପତ୍ତି ପାଇଁ ୪ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି ପୋଲିସ । ..

{"id":225225,"sizeSlug":"large"}

ଅଗଣାରେ ଲୋଟି ଯାଇ ୪ ଟି ମୃତ ଦେହ । ପାଖାପାଖି ଚିର ନିଦ୍ରାରେ ଶୋଇ ଯାଇଛନ୍ତି ବାପା, ମାଆଙ୍କ ସହ ଦୁଇ ପିଲା । ମାଟିରେ ମିଶି ଯାଇଛି ରକ୍ତର ଧାର । ବଣାଇଁ ଥାନା ଦେଉଳହୁଡ଼ି ଗାଁରେ ବଡ ଭାଇର ପୂରା ପରିବାରକୁ ହାଣି ନିପାତ କରିଦେଇଛି ସାନ ଭାଇ । ମୃତକ କାନ୍ଦେ ମୁଣ୍ଡା, ସ୍ତ୍ରୀ ସିମୁଳି ମୁଣ୍ଡା, ଝିଅ ମାମାଲି ଏବଂ ପୁଅ ମାରା । ଜମିବାଡି ଏବଂ ଟଙ୍କା ପଇସାକୁ କେନ୍ଦ୍ର କରି ଅଭିଯୁକ୍ତ କାଳୀ ମୁଣ୍ଡା ନିଜ ଭାଇର ସଂସାର ଉଜାଡି ଦେଇଥିବା ଜଣାପଡିଛି ।

{"id":225223,"sizeSlug":"large"}

ତେବେ କେମିତି ରକ୍ତକୁ ଚିହ୍ନି ପାରିଲାନି ରକ୍ତ ?  କିପରି ଏମିତି ବିଭତ୍ସ ହତ୍ୟାକାଣ୍ଡ ଘଟାଇଲା ଚଣ୍ଡାଳ ? କେମିତି ଜଣ ପର ​‌ଜଣେ ୪ ଜଣଙ୍କୁ ହତ୍ୟା କଲା ?  କ’ଣ ରହିଛି ହତ୍ୟା ପଛର ପ୍ରକୃତ କାରଣ ?  

{"id":225222,"sizeSlug":"large"}

ଘଟଣା ଘଟାଇବା ପରେ ଅଭିଯୁକ୍ତ ନିଜେ ବଣାଇ ଥାନାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ବଣାଇ ପୋଲିସ ଘଟଣାର ଛାନଭିନ୍ କରୁଛି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତିରେ ଶବ ଜବତ କରାଯାଇଛି । ରାଉରକେଲା ଏସ୍‌ପି ଏବଂ ଏଏସ୍‌ପି ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି ।ହତ୍ୟାକାଣ୍ଡରେ ଏକା କାଳୀ ନା ଆଉ କିଏ ସାମିଲ ଅଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।

ଭଇ ସଂପତ୍ତି ପାଇଁ ଭଗାରୀ ହୋଇପାରେ, କିନ୍ତୁ ପିଶାଚ ସାଜି ଭାଇର ପରିବାରକୁ ନିପାତ କରିଦେବା ଘଟଣା ସାରା ବଣାଇ ଅଞ୍ଚଳକୁ ସ୍ତବ୍ଦ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.