ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ
6/08/2018 at 7:31 AM

କେନ୍ଦୁଝର ୬/୮ : ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ସଦର ଥାନା ର ବରଦାପାଳ ଗାଁରେ । ରବିବାର ଦିନ ସୁନିଆ ମୁଣ୍ଡା ତାର ବଡବାପା ପୁଅ ଭାଇ ସମରା ମୁଣ୍ଡା ସହ ଜମି ଜୁମା ପଟ୍ଟାକୁ ନେଇ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସମରା ମୁଣ୍ଡା ଏକ ଟାଙ୍ଗିଆରେ ସୁନିଆ ମୁଣ୍ଡାର ମୁଣ୍ଡାକୁ ଆକ୍ରମଣ କରିଥିଲା । ସୁନିଆ ମୁଣ୍ଡାର ପରିବାର ଲୋକେ ତାକୁ ଗୁରୁତର ଅବସ୍ଥାରେ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସୁନିଆ ମୁଣ୍ଡାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଯାଇଛି । ଅଭିଯୁକ୍ତ ସମରା ମୁଣ୍ଡାକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ ଏହା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Related Posts
ଗୋଟିଏ ଫୋନ୍ କଲ୍, ଆକାଉଣ୍ଟରୁ ଗାଏବ ହୋଇଗଲା ୬୦ ହଜାର ଟଙ୍କା
26 February 2021
ଅଗ୍ନିକାଣ୍ଡରେ ଜଳିଗଲା ୫ ବଖରା ଘର, ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା ଆଶଙ୍କା
26 February 2021