ଜଘନ୍ୟ: ଭାଇର କଟୁରି ଚୋଟରେ ସାନ ଭାଇର ମୃତ୍ୟୁ , ସାମାନ୍ୟ ଛେଳି ମୁଣ୍ଡ ପାଇଁ ହତ୍ୟା

Published By : Prameya-News7 Bureau | April 28, 2019 IST

ସୁନ୍ଦରଗଡ଼ ୨୮/୪: ଗତକାଲି ସଂଧ୍ୟା ସମୟରେ ବରକାନି ଗାଁରେ ଏକ ବାହାଘର ଭୋଜି ପାଇଁ କଟାଯାଇଥିଲା ଛେଳି ମାଂସ । ଛେଳି ମୁଣ୍ଡ ପାଇଁ ଦୁଇ ଭାଇଙ୍କ ମଧ୍ୟରେ ହୋଇଥିଲା ବଚସା । ଏଥିରେ ସାନ ଭାଇ ସମା ଏକ୍କା ଉତ୍ୟକ୍ତ ହୋଇ ବଡ଼ ଭାଇ କକା ଏକ୍କାକୁ କଟୁରୀରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରିଥିଲା। କିନ୍ତୁ ବଡ଼ ଭାଇ ସାନ ଭାଇ ସମା ଏକ୍କା ହାତରୁ କଟୁରୀ ଛଡ଼ାଇ ନେଇ ସାନ ଭାଇ ସମା ଏକ୍କାର ବେକରେ ଚୋଟ ମାରିବାରୁ ଘଟଣା ସ୍ଥଳରେ ସାନ ଭାଇ ସମା ଏକ୍କାର ମୃତ୍ୟୁ ଘଟିଛି ।

ଖବର ପାଇଁ ଘଟଣା ସ୍ଥଳରେ ବନ୍ଧମୁଣ୍ଡା ପୋଲିସ ପହଚିଂ ହତ୍ୟାକାରୀ ବଡ଼ ଭାଇକୁ ଗିରଫ କରିବା ସହ ଶବ ଜବତ କରିଛି । ଘଟଣାର ଅଧତ୍କ ତଦନ୍ତ କରୁଛି ବନ୍ଧମୁଣ୍ଡା ପୋଲିସ । ପୋଲିସର କହିବା କଥା ଯେ ଦୁଇ ଭାଇ ମଦ୍ୟପାନ କରି ମାଂସ ପାଇଁ ଝଗଡ଼ା କରିବା ଯୋଗୁଁ ଘଟିଛି ଏହି ହତ୍ୟାକାଣ୍ଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.