ବଡ ଭାଇର ଖଣ୍ଡା ଚୋଟରେ ସାନ ଭାଇଙ୍କ ମୃତ୍ୟୁ

Published By : Prameya-News7 Bureau | October 15, 2019 IST

ସୋର ୧୫।୧୦: ବଡ ଭାଇ ଖଣ୍ଡା ଚୋଟରେ ସାନ ଭାଇର ମୁତ୍ୟୁ ହୋଇଛି । ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବରୋଦା ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ବଡ ଭାଇ ଭୁଜାଲି ମାଡରେ ସାନ ଭାଇର ମୃତ୍ୟୁ । କିଛି ଦିନ ଧରି ଜମିବାଡି ବିବାଦକୁ ନେଇ ଦୁଇ ଭାଇ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା ।

{"id":170286}

ସୂଚନାଯୋଗ୍ୟ ଯେ, ଆଜି ସକାଳେ ସାନ ଭାଇର ଆବାସ ଘର ଆସିଥିବା ନେଇ ଘର କରିବା ପାଇଁ ଜାଗାକୁ ନେଇ ଦୁଇ ଭାଇ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ବଡ ଭାଇ କୈଳାସ ମାଝି ସାନ ଭାଇ ସୁରେଶ ମାଝିକୁ ଭୁଜାଲି ଆକ୍ରମଣ କରିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଦ୍ରକ ମେଡିକାଲକୁ ନେଇଥିଲେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ମହେଶ୍ବରର ମୃତ୍ୟୁ ଘଟିଛି । ଅଭିଯୁକ୍ତ କୈଳାସ ଫେରାର ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.