Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାନ ଭାଇର ଠେଙ୍ଗା ମାଡରେ ବଡ ଭାଇର ମୃତ୍ୟୁ

21/04/2019 at 12:07 PM

ନବରଙ୍ଗପୁର ୨୧|୪: ନବରଙ୍ଗପୁର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ସାନ ଭାଇର ଠେଙ୍ଗା ମାଡରେ ବଡ଼ ଭାଇ ର ମୃତ୍ୟୁ ଅଭିଯୋଗ ହୋଇଛି । ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ଗ୍ରାମର ସାନ ଭାଇ କହ୍ନେୟା ମାଝୀ ଙ୍କ ଠେଙ୍ଗାରେ ଆକ୍ରମଣରେ ବଡ ଭାଇ ତୁଳା ରାମ ମାଝୀ ଙ୍କ ମୃତ୍ୟୁ ଘଟିଛି ।

ସୂତନାଯୋଗ୍ୟ ଯେ, ଘରୋଇ କଳହକୁ ନେଇ ନିଜ ସମ୍ପର୍କୀୟ ସାନ ଭାଇ କହ୍ନେଇ  ମାଝୀ ଙ୍କ ସହ ବଡ଼ ଭାଇ ତୁଳା ରାମ ଙ୍କ ମଧ୍ୟରେ ବଚସା ହୋଇଥିଲା ।  ବଚସା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଫଳରେ ସାନ ଭାଇ କହ୍ନେଇ ମାଝୀ  ଉତ୍ୟକ୍ତ ହୋଇ ଏକ ଠେଙ୍ଗା ସାହାଯ୍ୟରେ ତୁଳାରାମ ମାଝୀ ଙ୍କୁ ମୁଣ୍ଡରେ ଆଘାତ ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତୁଲାରାମ କୁ ପ୍ରଥମେ ଡାବୁଗାଁ ମେଡିକାଲ ଓ ପରେ ନବରଙ୍ଗପୁର ମେଡିକାଲକୁ ଅଣାଯାଇଥିଲା । ତେବେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା ।

ଉକ୍ତ ଘଟଣାକୁ ନେଇ ପରିବାର ତରଫରୁ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଗ୍ରାମବାସୀ ଙ୍କ ରିପୋର୍ଟ ଆଧାରରେ ଡାବୁଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅଭିଯୁକ୍ତ କହ୍ନେଇ ମାଝୀଙ୍କୁ ଗିରଫ କରିବା ସହିତ ଶବକୁ ଜବତ କରି ବ୍ୟବଚ୍ଛେ ପାଇଁ ପଠାଇଛି । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

   Related Posts