ଗୁଗଲ ଯୋଗୁ ହେଲା ପରିବାର ଲୋକଙ୍କ ସହ ଭେଟ, ଅଯୋଧ୍ୟାରେ ଏଣେତେଣେ ବୁଲୁଥିଲେ ମାନସିକ ଭିନ୍ନକ୍ଷମ ଯୁବତୀ

Published By : Prameya-News7 Bureau | July 15, 2019 IST

ଅଯୋଧ୍ୟା: ଇଣ୍ଟରନେଟ ଆବିଷ୍କାର ସହ ଗୁଗଲର ଆଗମନ ଲୋକଙ୍କ ଜୀବନ ଶୈଳୀକୁ ବେଶ୍ ସୁଗମ କରିଦେଇଛି। ଏପରିକି ପରିବାରଠାରୁ ବିଚ୍ଛେଦ ହୋଇ ଏଣେତେଣେ ବୁଲୁଥିବା ଜଣେ ମାନସିକ ବିନ୍ନକ୍ଷମ ଯୁବତୀ  ତାଙ୍କ ପରିବାର ସହ  ପୁଣି ମିଳିତ ହୋଇପାରିଛନ୍ତି କେବଳ ଗୁଗଲ ଯୋଗୁ। ଅଯୋଧ୍ୟା। ଫୈଜାବାଦ ମହିଳା ଥାନା ପ୍ରଭାରୀ ଗୁଗଲ ସହାୟତାରେ ଯୁବତୀଙ୍କୁ ଛତିଶଗଡ ମହାସମୁନ୍ଦରେ ରହୁଥିବା ତା ପରିଜନଙ୍କୁ ଭେଟାଇ ପାରିଛନ୍ତି।

{"id":134000}

ଅଯୋଧ୍ୟା ପୋଲିସ ଏକ ମାନସିକ  ଭିନ୍ନକ୍ଷମ ଯୁବତୀକୁ ଉଦ୍ଧାର କରି ଫୈଜାବାଦ ମହିଳା ଥାନାକୁ ହସ୍ତାନ୍ତର କରିଥିଲା। ଯୁବତୀ ନିଜ ସମ୍ପର୍କରେ କି ପରିବାର ଲୋକଙ୍କ ସମ୍ପର୍କରେ କିଛି ବି କହିପାରୁନଥିଲେ। ତେବେ ମହିଳା ଥାନା ଅଧିକାରୀ ପ୍ରୀୟଙ୍କା ପାଣ୍ଡେୟ ଯୁବତୀଙ୍କ ହାତରେ ଖୋଦା ଯାଇଥିବା ନାମରୁ ତାଙ୍କର ଚିହ୍ନଟ କରିବା ସହ ଅଙ୍କାବଙ୍କା ଅକ୍ଷରରେ ଲେଖୁଥିବା ତାଙ୍କ ଗାଁ ନାମ ଖୋଜି ସମ୍ପୃକ୍ତ ଥାନା ଜିରିଆରେ ଯୁବତୀଙ୍କୁ ପରିବାରକୁ ହସ୍ତାନ୍ତର କରିଛନ୍ତି। 

{"id":134001}

ଯୁବତୀ ଜଣକ ବହୁ କଷ୍ଟରେ ତାଙ୍କର ଗ୍ରାମର ନାମ ବସନା ବୋଲି ପୋଲିସକୁ ଜଣାଇ ପାରିଥିଲା। ଏଥିରୁ ଥାନା ଅଧିକାରୀ ଗୁଗଲ ସର୍ଚ୍ଚ ଇଞ୍ଜିନର ସହାୟତା ନେଇ ଗାଁ ଟିକୁ ଖୋଜି ପାଇବାରେ ସକ୍ଷମ ହୋଇଥିଲେ। ବସନା ଛତିଶଗଡ ରାଜ୍ୟର ମହାସମୁନ୍ଦ ଜିଲ୍ଲା ଅନ୍ତର୍ଗତ ଏକ ନିପଟ ଗ୍ରାମ। ଏହା ଜାଣିବା ପରେ ଥାନା ଅଧିକାରୀ ଗ୍ରାମଟି ଆସୁଥିବା ଥାନା କ୍ଷେତ୍ର ସହ ସମ୍ପର୍କ ସ୍ଥାପନା କରିଥିଲେ।  ଯୁବତୀ ନିଖୋଜ ଥିବା ନେଇ ପରିବାର ଲୋକେ ଏତଲା ଦେଇଥିବା ଥାନା ଜଣାଇବା ପରେ ତାଙ୍କ ପରିବାର ଲୋକଙ୍କୁ ଫୈଜାବାଦ ଡକାଇ ଯୁବତୀଙ୍କୁ ହସ୍ତାନ୍ତର କରିଛନ୍ତି ପ୍ରିୟଙ୍କା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.