Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ସମଲିଙ୍ଗୀ ସାଥୀଙ୍କ ଉଦ୍ଧାର ଲାଗି ହାଇକୋର୍ଟରେ ଯୁବତୀଙ୍କ ଆବେଦନ, ‘ଆମେ ଏକାଠି ରହିବାକୁ ଚାହୁଁଛୁ…’

30/07/2020 at 1:32 PM

କଟକ ୩୦।୦୭ : ଓଡ଼ିଶା ହାଇକୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଭିନ୍ନ ଧରଣର ମାମଲା ରୁଜୁ ହୋଇଛି । ଜଣେ ଯୁବତୀ ତାଙ୍କ ସମଲିଙ୍ଗୀ ଯୁବତୀ ସାଥୀଙ୍କୁ ଉଦ୍ଧାର କରିବା ପାଇଁ ହାଇକୋର୍ଟରେ ହେବିଅସ୍‌ କର୍ପସ୍‌ ମାମଲା ଜରିଆରେ ଆକୁଳ ନିବେଦନ କରିଛନ୍ତି ।

୨୦୧୧ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବେଳେ ୨୦୧୭ରୁ ସହମତି ଭିତ୍ତିରେ ସମଲିଙ୍ଗୀ ସମ୍ପର୍କ ରହି ଆସିଛି । କିନ୍ତୁ ଉଭୟଙ୍କ ସମଲିଙ୍ଗୀ ସଂପର୍କକୁ ଅସ୍ୱୀକାର କରି ତାଙ୍କ ସାଥୀଙ୍କ ମା’ ଏବଂ ମାମୁ ଜବରଦସ୍ତ ତାଙ୍କୁ ଉଠାଇ ନେଇଥିବା ଆବେଦନକାରିଣୀ ଯୁବତୀ ଦର୍ଶାଇଛନ୍ତି । ହାଇକୋର୍ଟ ମାମଲାର ଶୁଣାଣି କରି ଯାଜପୁର ଏସ୍‌ପିଙ୍କୁ ଏ ବାବଦରେ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରିଣୀ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କ ସାଥୀ ବା ପାର୍ଟନର ତାଙ୍କ ସହ ରହିବାକୁ ରାଜି ଅଛନ୍ତି କି’ ନାହିଁ ସେ ନେଇ ଏସପି ଜବାବ ରଖିବେ । ଆହୁରି ମଧ୍ୟ ଯୁବତୀଙ୍କ ଇଛା ବିରୋଧରେ ତାଙ୍କର ବିବାହ ଯେପରି ନହେଉଥାଏ ସେନେଇ ମଧ୍ୟ ଏସ୍‌ପି ଅଦାଲତଙ୍କୁ ପରବର୍ତ୍ତୀ ଶୁଣାଣି ସୁଦ୍ଧା ଅବଗତ କରିବେ ବୋଲି ହାଇକୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ।

ଆବେଦନକାରିଣୀଙ୍କ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ମହମ୍ମଦ ରଫିକ୍‌ ଏବଂ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଏବଂ ଏଥିରେ ପକ୍ଷଭୁକ୍ତ ଅନ୍ୟ ସମସ୍ତଙ୍କୁ ଜବାବ ଦାଖଲ ଲାଗି ନୋଟିସ୍‌ ଜାରି କରିଛନ୍ତି । ଆସନ୍ତା ଅଗଷ୍ଟ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଆବେଦନକାରିଣୀ ତାଙ୍କ ପିଟିସନ୍‌ରେ ଉଲ୍ଲେଖ କରିଛନ୍ତି, ସେ ଏବଂ ତାଙ୍କ ସମଲିଙ୍ଗୀ ସାଥୀ ସ୍କୁଲ୍‌ ସମୟରୁ ଏକାସାଙ୍ଗରେ ପଢି ଆସୁଥିଲେ । କଲେଜ୍‌ରେ ବି’ ଉଭୟ ସାଙ୍ଗ ହୋଇ ଅଧ୍ୟୟନ କରିଥିଲେ । ଆବେଦନକାରିଣୀ ରାଜଧାନୀ ଭୁବନେଶ୍ୱରରେ ଏକ ଚାକିରି ପାଇ ଆସି ଡୁମୁଡୁମାଠାରେ ରହୁଥିଲେ । ୨୦୧୧ ମସିହାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ସେମାନେ ସାଙ୍ଗ ହୋଇ ରହିବାକୁ ସ୍ଥିର କରିଥିଲେ ।

୨୦୨୦ ମାର୍ଚ୍ଚ ୧୭ରେ ଭୁବନେଶ୍ୱର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ସତ୍ୟପାଠ କରି ଉଭୟ ଘୋଷଣା କରିଛନ୍ତି, ଉଭୟ ଲିଭ୍‌-ଇନ୍‌-ରିଲେସନ୍‌ସିପ୍‌ରେ ରହୁଛନ୍ତି । କିନ୍ତୁ ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ତାଙ୍କ ମା’ ଏବଂ ମାମୁ ନିକଟରେ ବରଦସ୍ତ ଉଠାଇ ନେଇଛନ୍ତି । ଏ ନେଇ ସେ ପ୍ରଥମେ ଯାଜପୁର ଜିଲ୍ଲା ବରୀ ପୁଲିସ୍‌ ଷ୍ଟେସନ୍‌ ଏବଂ ପରେ ଖଣ୍ଡଗିରି ପୁଲିସ୍‌ ଷ୍ଟେସନ୍‌ରେ ଏତଲା ଦେଇଥିଲେ । କିନ୍ତୁ ପୁଲିସ୍‌ ଏହା ଉପରେ କୌଣସି ପଦକ୍ଷେପ ନନେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ସେ ତାଙ୍କ ପିଟିସନ୍‌ରେ ଆହୁରି ଦର୍ଶାଇଛନ୍ତି, ତାଙ୍କ ସମଲିଙ୍ଗୀ ସାଥୀଙ୍କୁ ଜବରଦସ୍ତ ତାଙ୍କ ଇଛା ବିରୋଧରେ ଅନ୍ୟ ଜଣଙ୍କ ସହ ବିବାହ କରାଇବା ଲାଗି ଯୋଜନା କରାଯାଉଛି । ହାଇକୋର୍ଟ ଏହି ମାମଲାକୁ ଏକ ଅସାଧାରଣ ମାମଲା ଭାବେ ଗ୍ରହଣ କରିବା ସହ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପ୍ରଦାନ ଲାଗି ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଏ ନେଇ କି’ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଉପରେ ଜବାବ ରଖିବାକୁ ବି ହାଇକୋର୍ଟ କହିଛନ୍ତି । ସରକାରଙ୍କ ପକ୍ଷରୁ ଆଇନଜୀବୀ ଶାଶ୍ୱତା ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଥିଲେ ।

   Related Posts