ଯୁବ ତେଲଗୁ ଫିଲ୍ମ ଅଭିନେତା ଅମିତ ପୁରୋହିତଙ୍କ ପରଲୋକ

Published By : Prameya-News7 Bureau | July 11, 2019 IST

ସାଉଥ ଫିଲ୍ମ ‘ସମ୍ମୋହନମ’ର ନାୟକ ଅମିତ ପୁରୋହିତଙ୍କ ପରଲୋକ ହୋଇଛି। ଫିଲ୍ମରେ ତାଙ୍କ ସହଅଭିନେତା ସୁଧିର ବାବୁ ଚ୍ୱିଟରରେ ଅମିତଙ୍କ ପରଲୋକ ସୂଚନା ଦେଇଥିବା ବେଳେ ନିର୍ଦ୍ଦେଶକ ମୋହନ ଇନ୍ଦ୍ରଗଣ୍ଟି ଗଭୀର ଶୋକ ପ୍ରକାଶ କରିଛନ୍ତି। ଅମିତଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ । ତେବେ ତାଙ୍କର ଅସମୟରେ ପରଲୋକ ସାଉଥ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଗଭୀର ଝଟକା ଦେଇଥିବା ଟ୍ୱିଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ମୋହନ।

{"id":132695}

ସମ୍ମୋହନମରେ ନାୟିକା ଆଦିତୀ ରାଓ ହାଇଦ୍ରିଙ୍କ ପୂର୍ବ ବୟଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ ଅମିତ। ଏହା ଏକ ତେଲଗୁ ଫିଲ୍ମ ଓ ମୁଖ୍ୟଭୂମିକାରେ ସୁଧିର ବାବୁ ଅଭିନୟ କରିଥିଲେ। ଫଲ୍ମର ସଫଳତାକୁ ଦେଖି ନିର୍ଦ୍ଦେଶକ ମୋହନ ତାଙ୍କୁ ଆଗାମୀ ଫିଲ୍ମ ପାଇଁ ପ୍ଲାନିଂ କରିଥିବା ବେଳେ ଏହା ନିଶ୍ଟିତ ରୂପେ ଏକ ଦୁଃଖଦ ଖବର ବୋଲି ମୋହନ ତାଙ୍କ ଟ୍ୱିଟରରେ ଲେଖିଛନ୍ତି।

{"id":132694}

ଜଣେ ମେଧାବୀ ଓ କଠୋର ପରିଶ୍ରମୀ କଳାକାର ବାବେ ଅମିତ ଇଣ୍ଡଷ୍ଟ୍ରିରେ ବେଶ ପରିଚିତ ଥିଲେ। ୨୦୧୨ ମସିହାରେ ଅମିତ ଶୋଭନାଙ୍କ ‘ସେଭେନ ନାଇଟସ୍ ’ ଓ ‘ଆଳାପ’ରେ ଅଭିନୟ କରିଥିବା ବେଳେ ନିକଟରେ ତାଙ୍କ ଅଭିନୀତି ଫିଲ୍ମ ସମ୍ମୋହନମ୍ ମୁକ୍ତିଲାଭ କରିଛି। ଫିଲ୍ମ ବେଶ ଦର୍ଶକୀୟ ଆଦ୍ରୁତି ଲାଭ କରିଥିଲେ ହେଁ ଅମିତଙ୍କ ପରଲୋକ ଖବର ସମ୍ମୋହନମ ୟନିଟିରେ ଶୋକର ଛାୟା ଖେଳାଇ ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.