ଟ୍ୱିଟର ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କୁ ସାହାଯ୍ୟ ଯୋଗାଉଛନ୍ତି ଯୁବକ

Published By : Prameya-News7 Bureau | May 07, 2020 IST

ଭଦ୍ରକ ୦୭।୦୫: ପ୍ରବାସୀ ଓଡ଼ିଆ ଏବେ ଘରକୁ ଫେରୁଛନ୍ତି । ରାଜ୍ୟ ସରକାର ଙ୍କ ଉଦ୍ୟମରେ ଚାଲିଛି ଘର ବାହୁଡା । ଏମିତି ସମୟ ରେ ମଧ୍ୟ କେତେକ ରାଜ୍ୟ ରେ ରହିଛନ୍ତି ପ୍ରବାସୀ ଓଡ଼ିଆ । ଲକଡାଉନ ପାଇଁ କାମ ନାହିଁ । ଏମିତି ସମୟ ରେ ସାହାଯ୍ୟ ପାଇଁ ରହୁଥିବା ରାଜ୍ୟ ସରକାର ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

{"id":266076,"sizeSlug":"large"}

ଆଉ ଠିକ୍‌ ଏତିକି ବେଳେ ସମସ୍ତଙ୍କ ଅନୁରୋଧକୁ ସେହି ରାଜ୍ୟର ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି କେତେକ ଯୁବକ । ସେମାନଙ୍କ ମଧ୍ୟ ରୁ ଭଦ୍ରକ ଜିଲ୍ଲା ର ଜଣେ ଯୁବକ ହେଉଛନ୍ତି ସୁବ୍ରତ ଧଳ । ଭୈରବୀ ନୋବେଲ ଫାଉଣ୍ଡେସନ ଟ୍ରଷ୍ଟ ର ପ୍ରତିଷ୍ଠିତ ସଦସ୍ୟ । ସେ ନିଜ ଟ୍ୱିଟର ଜରିଆ ରେ ବିଭିନ୍ନ ରାଜ୍ୟରେ ଅସୁବିଧାରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ଅସୁବିଧାକୁ ଟୁଇଟ ମାଧ୍ୟମରେ ସେଠାକାର ପ୍ରଶାସନ ନିକଟରେ ପହଂଚାଉଛନ୍ତି ସୁବ୍ରତ ।

{"id":266077,"sizeSlug":"large"}

ଟୁଇଟ ର ଜବାବରେ ସେହି ରାଜ୍ୟର ପ୍ରଶାସନ ତରଫରୁ ରିଟୁଇଟ କରି ପ୍ରବାସୀ ଓଡ଼ିଆଙ୍କୁ ସହାୟତା ଦେବାର ଫଟୋ ମଧ୍ୟ ସେୟାର କରୁଛନ୍ତି । ଏମିତି କି ହରିୟାଣା ର ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ୱିଟରେ ପ୍ରବାସୀ ଓଡ଼ିଆଙ୍କ ଠିକଣା ନେଇ ସେମାନଙ୍କ ସୁବିଧା ପାଇଁ ଖାଦ୍ୟର ବ୍ୟବସ୍ଥା କରିଛନ୍ତି । କେବଳ ହରିୟାଣା ନୁହେଁ , ଆନ୍ଦ୍ରପ୍ରଦେଶ , ତାମିଲନାଡୁ , ତେଲେଙ୍ଗାନା ଆଦି ରାଜ୍ୟ ରେ ରହୁଥିବା ପ୍ରବାସୀ ଓଡ଼ିଆ ସୁବ୍ରତଙ୍କ ଟୁଇଟ ପାଇଁ ସାହାଯ୍ୟ ପାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.