ସଂସଦରେ ‘ଓକେ ବୁମର’ ଭଳି ଭାଇରାଲ ଶବ୍ଦ ଉଚ୍ଚାରଣ କଲେ ଯୁବ ସାଂସଦ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | November 09, 2019 IST

ଓ୍ବିଲିଙ୍ଗଟନ୍ ୯/୧୧: ନ୍ୟୁଜିଲାଣ୍ଡରେ ଜଣେ ୨୫ବର୍ଷ ବୟସ୍କା ନେତ୍ରୀ ସଂସଦରେ କିଛି ଭାଇରାଲ ଶବ୍ଦ କହି ଲୋକଙ୍କୁ ବୋକା କରିଥିବା ଘଟଣା ସାମନାକୁ ଆସିଛି। ବିବିସିର ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଉପରେ ଭାଷଣ ଦେବାବେଳେ ମଝିରେ ତାଙ୍କୁ ରୋକାଗଲାବେଳେ କ୍ଲୋ ସ୍ବାରବ୍ରିକ୍ ଜଣେ ବୟସ୍କ ସାଂସଦଙ୍କୁ ‘ଓକେ ବୁମର’ କହିଦେଇଛନ୍ତି।

{"id":181317}

‘ବୁମର’ ଶବ୍ଦର ବ୍ୟବହାର ୧୯୪୬-୧୯୬୪ ମଧ୍ୟରେ ଜନ୍ମ ହୋଇଥିବା ବେବି ବୁମରଙ୍କ ସଂକ୍ଷିପ୍ତ ରୂପ। ଇଣ୍ଟରନେଟ୍ ଅନୁସାରେ ‘ଓକେ ବୁମର’ ଏକ ଏପରି ଶବ୍ଦ,ଯାହାର ବ୍ୟବହାର ମୁଖ୍ୟତଃ ପରବର୍ତ୍ତୀ ପୀଢ଼ି , ପୂର୍ବ ପୀଢ଼ି ପାଇଁ ସେତେବେଳେ କରିଥାଆନ୍ତି ଯେତେବେଳେ ନୂଆ ପୀଢ଼ିଙ୍କ ଚିନ୍ତାଧାରା ପ୍ରତି ଉଦାସୀନ ଭାବ ଦେଖାଇଥାଆନ୍ତି। ଏହି ଶବ୍ଦ ଟିକଟକ ଏବଂ ଟ୍ବିଟରରେ ବହୁଳମାତ୍ରାରେ ବ୍ୟବହାର ହୋଇଥାଏ।

{"id":181318}

ବିବିସି ଅନୁସାରେ , ସ୍ବାରବ୍ରିକ୍ ସ୍ଥାନୀୟ ମିଡିଆକୁ କହିଥିଲେ, ‘ବୁମରର ଅର୍ଥ ମନର ସ୍ଥିତି।’

{"id":181319}

ସ୍ବାରବ୍ରିକ୍ ଜିରୋ କାର୍ବନ ବିଲର ଉଦ୍ଦେଶ୍ୟକୁ ନେଇ ଭାଷଣ ଦେଉଥିବାବେଳେ ଏହି ବାକ୍ୟର ବ୍ୟବହାର କରିଥିଲେ। ଏହା ଅନୁସାରେ ୨୦୫୦ ମସିହା ସୁଦ୍ଧା ନ୍ୟୁଜିଲାଣ୍ଡରେ କାର୍ବନର ନିଃସରଣ ଶୂନ୍ୟ ହୋଇଯିବ।

{"id":181320}

ଏହି ଯୁବ ସାଂସଦ ନିଜ ଭାଷଣରେ କହୁଥିଲେ,‘ ୨୦୫୦ମସିହାରେ ତାଙ୍କୁ ୫୬ ବର୍ଷ ହୋଇଥିବାବେଳେ ଏହି ୫୨ତମ ସଂସଦର ହାରାହାରି ଆୟୁ ୪୯ବର୍ଷ।’

{"id":181321}

ଏହି କଥା କହୁଥିବାବେଳେ ଜଣେ ବୟସ୍କ ସାଂସଦ ଏବଂ ବିପକ୍ଷ ଦଳର ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଟୋଡ ମୁଲର ତାଙ୍କୁ ରୋକିଥିଲେ। ଠିକ୍ ସେତିକିବେଳେ ସ୍ବାରବ୍ରିକ୍ ତାଙ୍କୁ ‘ଓକେ ବୁମର’ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.