ଏମିତି ଭୁଲ କେବେ କରନ୍ତୁ ନାହିଁ: ଚାର୍ଜରେ ଥିବା ଫୋନ୍ ନିକଟରେ ଶୋଇଥବା ଯୁବକଙ୍କର ଏମିତି ହେଲା ମୃତ୍ୟୁ

Published By : Prameya-News7 Bureau | October 01, 2019 IST

ଥାଇଲାଣ୍ଡରେ ରହୁଥିବା ୧୮ ବର୍ଷର ଜଣେ ଯୁବକଙ୍କ ମୃତ୍ୟୁ ବିଦ୍ୟୁତ୍‌ ଆଘାତରେ ଘଟିଛି। ସୁଠି ନାମକ ଏହି ଯୁବକଙ୍କ ମୃତ୍ୟୁ କେବଳ ବିଦ୍ୟୁତ୍‌ ପାଇଁ ନୁହେଁ ବରଂ ଫୋନ୍‌ ପାଇଁ ହୋଇଛି। ସୁଠିଙ୍କ ମୋବାଇଲ ଫୋନ୍‌ ତାଙ୍କ ପାଖରେ ଥିଲା ଓ ଚାର୍ଜ ହେଉଥିଲା। ଫୋନ୍‌ ଚାର୍ଜିଂ ପଏଣ୍ଟରେ ଲାଗିଥିଲା ଓ ହଠାତ୍‌ ତାଙ୍କ ଶରୀରକୁ କରେଣ୍ଟ ଲାଗିଥିଲା। ଫୋନ୍‌ ଚାର୍ଜରେ ରଖି ଭୁଲରେ ସେ ତା  ନିକଟରେ ଶୋଇପଡିଥିଲେ। ଫଳରେ ବିଦ୍ୟୁତ ଆଘାତରେ ତାଙ୍କ ମୃତ୍ୟୁ ହୋଇଥିଲା।

ସକାଳେ ପରିବାର ଲୋକେ ତାଙ୍କୁ ଉଠାଇବା ପାଇଁ ଯାଇଥିଲେ। କବାଟ ଖୋଲିନଥିବାରୁ ଘଟଣାସ୍ଥଳକୁ ପୋଲିସ ଆସିଥିଲା। ପୋଲିସ କବାଟ ଭାଙ୍ଗି ଦେଖିଲାବେଳକୁ ସୁଠି ସେମିତି ପଡିଥିଲେ। ତାଙ୍କ ଚେହେରା ପୁରା ହଳଦିଆ ପଡିଯାଇଥିଲା। ତାଙ୍କ ହାତ ଚାର୍ଜିଂ ପଏଣ୍ଟ ଉପରେ ପଡିଥିଲା। ପରିବାର ଲୋକେ କହିଲେ ଯେ, ରାତିରେ ଯୁବକଙ୍କ ଚିତ୍କାର କରିବାର ଶବ୍ଦ ହୋଇଥିଲା।

{"id":165083,"width":548,"height":576}

ହେଲେ ସେମାନେ ଭାବିଲେ ଯେ, ସବୁଥର ଭଳି ସେଦିନ ମଧ୍ୟ ସୁଠି ଗେମ୍‌ ଖେଳି ପାଟି କରୁଥିବେ। କିନ୍ତୁ ସକାଳେ ମୃତ ଶରୀର ଦେଖିବେ ବୋଲି କେହି ଆଶା କରିନଥିଲେ। ଥାଇଲାଣ୍ଡର ପୋଲିସ ଏହି ଘଟଣାର ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ଅନ୍ୟମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ରାତିରେ ଚାର୍ଜ କରୁଥିବା ଫୋନ୍‌ ପାଖରେ ଶୋଇବା ଅନୁଚିତ୍‌।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.