ରାସ୍ତାରେ କଲେଜ ଛାତ୍ରୀଙ୍କୁ ଅଟକାଇ ଟଣାଓଟରା କରୁଥିଲେ ଯୁବକ, ଧରିପକାଇଲେ ଲୋକେ, ତାପରେ...

Published By : Prameya-News7 Bureau | September 20, 2021 IST

ସାଲେପୁର, ୨୦/୦୯: ଯୁବକଙ୍କ ଉନ୍ମୁକ୍ତ କାଣ୍ଡ। ଜଣେ କଲେଜ ଛାତ୍ରୀଙ୍କୁ ରାସ୍ତା ଉପରେ ଜୋରଜବରଦସ୍ତ  ଆକ୍ରମଣ କରିବା ସହିତ ଟଣାଓଟରା କରି ଥିଲା। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବିସେଶ୍ୱର ମନ୍ଦିର ନିକଟ ରାସ୍ତାରେ  । ଛାତ୍ରୀ ଜଣକ କଲେଜରୁ ଘରକୁ ଯାଉଥିଲେ। ଯୁବକ ଜଣକ ସ୍ଥାନୀୟ ଚନ୍ଦ୍ରାଦେଇପୁର ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ତା ନାମ କାଳୁ ଗୋଛୟତ ବୋଲି ଜଣାପଡିଛି।

wp:html https://www.youtube.com/watch?v=COjKDl8dwFo /wp:html

କାଳୁ କେନାଲରେ ଡେଇଁ ପଳାଇ ଯାଉଥିବା ସମୟରେ ସ୍ଥାନୀୟ ଲୋକମାନେ ତାକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଲୋକେ ଉକ୍ତ ଯୁବକକୁ ପୋଲିସ ଜିମା ଦେଇଥିବାବେଳେ ଛାତ୍ରୀଙ୍କୁ ତାଙ୍କ ପରିବାର ଜିମା ଦେଇଥିବା ଜଣାପଡିଛି। ପୋଲିସ ସମ୍ପୃକ୍ତ ଯୁବକକୁ ଥାନାରେ ଅଟକରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.