ରାଜଧାନୀରେ ଯୁବକଙ୍କୁ ହତ୍ୟା: ପ୍ରଥମେ ଗୁଳି କଲା ଯୁବତୀ, ପରେ ଟ୍ରିଗର ଦବାଇଲେ ସାଥୀ
6/12/2020 at 7:53 PM

ନୂଆଦିଲ୍ଲୀ ୦୬/୧୨: ରାଜଧାନୀ ଦିଲ୍ଲୀରେ ହାଇପ୍ରୋଫାଇଲ୍ ମର୍ଡର। ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ। ପ୍ରଥମେ ଜଣେ ଯୁବତୀ, ଯୁବକଙ୍କୁ ଗୁଳିମାଡ଼ କରିଥିଲେ। ପରେ ତାର ସାଥିମାନେ ଗୁଳିବର୍ଷା କରିଦେଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଯୁବକଜଣଙ୍କ ଆଖି ବୁଜିଥିବା ଜଣାପଡ଼ିଛି। ତେବେ ଯୁବକଜଣଙ୍କ ଜବରଦସ୍ତି ଟଙ୍କା ଆଦାୟ କରିବା ସହ ଡକାୟତି କରୁଥିବା ଅଭିଯୋଗ ହୋଇଛି। ଏହା ସହ ତାଙ୍କର କ୍ରିମିନାଲ୍ ରେକର୍ଡ ଥିବା ବି ସୂଚନା ମିଳିଛି।
ଏହି ଘଟଣା ଦିଲ୍ଲୀର ବେଗମପୁରରେ ଘଟିଥିବା ବେଳେ ମୃତକଙ୍କ ନାଁ ଯୋବିଂନ ଓରଫ ଭାରତ ସୌଲଙ୍କି। ଯୋବିଂନ ସୁଲତାନପୁରୀ ଅଞ୍ଚଳରେ ରହୁଥିଲେ। ଶୁକ୍ରବାର ଭାରତ ନିଜର ଏକ ମହିଳା ବନ୍ଧୁଙ୍କୁ ଭେଟିବାକୁ ଆସିଥିଲେ। ସେଠରେ ଥିବା ଏକ ଗ୍ରୋସରୀ ଦୋକାନ ଆଗରେ ଏକ ଧଳା କାରରେ ବସିଥିବା କିଛି ଦୁର୍ବୁତ୍ତଙ୍କ ସହ ଭାରତଙ୍କର ଝଗଡ଼ା ହୋଇଥିଲା।
ପରେ କାର୍ରେ ଥିବା ଜଣେ ଯୁବତୀ ଭାରତଙ୍କ ଉପରକୁ ଗୁଳି ଚଳାଇଥିଲା। ପରେ ପରେ ଅନ୍ୟମାନେ ଗୁଳି ମାଡ଼ କରିଥିଲେ। ତେବେ ପୋଲିସ ଘଟଣାର ଯାଞ୍ଚ କରୁଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଛାନଭିନ୍ କରୁଥିବା ଜଣାପଡ଼ିଛି।