ବାଣୀବିହାରରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ : ତିନିମହଲା ଉପରେ ଚଢିଗଲେ ଯୁବକ, ଉଦ୍ଧାର ପାଇଁ ଉଦ୍ୟମ ଜାରି

Published By : Prameya-News7 Bureau | November 22, 2019 IST

ଭୁବନେଶ୍ବର ୨୨।୧୧: ଭୁବନେଶ୍ବର ବାଣୀବିହାରରେ ଜଣେ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ବାଣୀବିହାର ମୁଖ୍ୟ ବିଲ୍ଡିଂ ୩ ମହଲା ଉପରକୁ ଚଢିଗଲେ ଯୁବକ । ଯୁବକଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ । ତେବେ ସେ ବିଶ୍ବବିଦ୍ୟାଳୟର ଛାତ୍ର କି ନୁହେଁ ତାହା ଜଣାପଡିନାହିଁ ।

ଗତକିଛି ଦିନ ତଳେ ଏହିପରି ଏକ ଘଟଣା ଦେଖିବାକୁ ମିଳିଥିଲା, ସୁନ୍ଦରଗଡ ଜିଲ୍ଲା ହେମଗିର ଥାନା ଅନ୍ତର୍ଗତ ଡୁଡୁକା ଗାଁରେ ଏକ ବ୍ୟାଙ୍କ ଛାତ ଉପରୁ ଡେଇଁ ଶିବ ମୁଂଡା ନାମକ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ଶହ ଶହ ଲୋକ ଥିଲେ ମଧ୍ୟ କେହି ଯୁବକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁନଥିଲେ , ବରଂ ତାଙ୍କ ଭିଡିଓ ବନାଇବାରେ ସମସ୍ତେ ବ୍ୟସ୍ତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.