Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ହାଟ ଭିତରେ ପକେଟ୍ ମାର କରି ଖସି ପଳାଉ ଥିଲା ଦୁର୍ବୃତ୍ତ, ପଡିଗଲା ଲୋକଙ୍କ ହାତରେ, ତା ପରେ…

8/01/2021 at 10:00 PM

ମୋରଡା ୦୮।୦୧: କିଛିଦିନ ହେବ ମୟୂରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ଲଗାତାର ପ୍ରତ୍ୟେକ ଦିନ ରାସ୍ତାରେ ଛିନତାଇ ସହ ଗାଁରେ ଚୋରି ମାମଲା ବୃଦ୍ଧି ପାଇଚାଲିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ଘରେ ବି ଲୋକ ଏବଂ ଲୋକଙ୍କ ଧନ ଜୀବନ ଆଉ ସୁରକ୍ଷିତ ନୁହେଁ। ଆଜି ଅପରାହ୍ନରେ ଏକ ସାପ୍ତାହିକ ହାଟ ଭିତରୁ ଜନୈକ ବ୍ୟକ୍ତିଙ୍କ ପକେଟରୁ ଜଣେ ଦୁର୍ବୃତ୍ତ ତିନି ହଜାର ଟଙ୍କା ଲୁଟିନେଇ ଖସି ପଳାଇଯାଉଥିବା ବେଳେ ଲୋକଙ୍କ ହାବୁଡ଼ରେ ଧରାପଡିଛନ୍ତି। ଲୋକେ ଦୁର୍ବୃତ୍ତକୁ ଧରି ପୋଲିସ ଜିମା ଦେଇଥିବା ବେଳେ ବାଇକ୍ ମଧ୍ୟ ଜବତ ହୋଇଛି।

ଖବରରୁ ପ୍ରକାଶ କି ଆଜି ଅପରାହ୍ନରେ ମୋରଡ଼ା ଥାନା ତଥା ଚିତ୍ରଡ଼ା ଫାଣ୍ଡି ଅନ୍ତର୍ଗତ ଚିତ୍ରଡ଼ା  ସାପ୍ତାହିକ ହାଟରେ ଡାଙ୍ଗରବିଲାର ଦୀନବନ୍ଧୁ ହାସଦାଃ ନାମକ ଜନୈକ ବ୍ୟକ୍ତି ମାଛ ଦୋକାନରେ ଛିଡା ହୋଇ ମାଛ କିଣୁଥିବା ସମୟରେ ହଠାତ ତିନିଜଣ ଦୁର୍ବୃତ୍ତ ଆସି ବ୍ୟକ୍ତିଙ୍କ ପକେଟରୁ ତିନି ହଜାର ଟଙ୍କା ଲୁଟି ନେଇ ଦୌଡ଼ି ପଳାଇ ଯାଉଥିଲେ। ଏହି ସମୟରେ ଲୋକଙ୍କ ହାବୁଡ଼ ଜଣେ ଦୁର୍ବୃତ୍ତ ପଡିଯାଇଥିଲା। ଯାହାଫଳରେ ଲୋକେ ଦୁର୍ବୃତ୍ତ ଜଣକୁ  କାବୁ କରି  ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ସଦଳ ବଳେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଦୁର୍ବୃତ୍ତ ଜଣକୁ ଥାନାକୁ ନେଇ ଅଟକ ରଖି ପଚରାଉଚୁରା କରୁଛନ୍ତି। ପୋଲିସ ବାଇକକୁ ମଧ୍ୟ ଜବତ କରିଥିବା ଜଣାପଡିଛି। ଦୁର୍ବୃତ୍ତ ଜଣଙ୍କ ହେଉଛି ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ନୂଆପଡା ଗ୍ରାମର ରମାକାନ୍ତ ଦାସଙ୍କ ପୁଅ ରାଜେଶ ଦାସ । ତେବେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ   ତଦନ୍ତ ଜାରି ରହିଛି ଏବଂ ମାମଲା ରୁଜୁ ହେବ ବୋଲି ଆଇଆଇସି କୁନି ବେଶ୍ରା ପ୍ରକାଶ କରିଛନ୍ତି।

   Related Posts