Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଥାନାରୁ ପୋଲିସ୍‌ ଗାଡ଼ି ନେଇ ଯୁବକ ଫେରାର, ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ

15/09/2021 at 9:05 PM

ଢେଙ୍କାନାଳ, ୧୫/୦୯: ଢେଙ୍କାନାଳ ଟାଉନ ଥାନା ଗାଡିକୁ ନେଇ ଜଣେ ଯୁବକ ପଳାଉଥିବା ଜଣାପଡ଼ିଛି । ଗୋଡ଼ାଇ ଗୋଡ଼ାଇ କଟକ ଜିଲ୍ଲା ଖୁଣ୍ଟୁଣି ଅଂଚଳରୁ ଗାଡି ସହ ଚୋରକୁ କାବୁ କରିଛି ଟାଉନ ଥାନା ପୋଲିସ । କାବୁ କରିବା ପରେ ପୁଲିସ ତାକୁ ଗିରଫ କରିଥିବା ଜଣାପଡ଼ିଛି ।

ଗିରଫ ଯୁବକ ଜଣଙ୍କ ଗଁନ୍ଦିଆ ଥାନା ଅନ୍ତର୍ଗତ ହାଟ ବାଇସିଂହା ଗ୍ରାମର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡିଛି । ଧର୍ମେନ୍ଦ୍ରଙ୍କୁ ସନ୍ଦେହ ଜନକ ସ୍ଥିତିରେ ଗତ କାଲି ରାତିରେ ଟାଉନ ପୋଲିସ ଥାନାକୁ ଆଣିଥିଲା । ମାତ୍ର ଉକ୍ତ ଯୁବକ ମାନସିକ ଭିନ୍ନକ୍ଷମ ବୋଲି ଅନୁଭବ କରି ତାକୁ ଘରେ ଛାଡିବାକୁ ଗାଡ଼ିରେ ବସାଯାଇଥିଲା । ମାତ୍ର ଗାଡି ଡ୍ରାଇଭର ପାଣି ପାଇଁ ଗାଡିରୁ ଓହ୍ଲାଇ ଯାଇଥିବାବେଳେ ଥାନା ପରିସରରୁ ବୋଲେରୋ ଗାଡିକୁ ନେଇ ପାଳଇଥିଲା ଯୁବକ । ଏହାଦେଖି ପଛରୁ ପୋଲିସ ଗୋଡ଼ାଇଥିଲା ।

ପରେ ଗୋଡ଼ାଇ ଗୋଡ଼ାଇ ଖୁଣ୍ଟୁଣି ଥାନା ଅଂଚଳର ଚମ୍ପେଶ୍ୱର ନିକଟରୁ ଗାଡି ସହ ଉକ୍ତ ଯୁବକକୁ କାବୁ କରିବାରେ ପୋଲିସ ସକ୍ଷମ ହୋଇଥିବା ଜଣାପଡିଛି ।

   Related Posts