ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Published By : Prameya-News7 Bureau | July 20, 2020 IST

ନୀଳଗିରି୨୦/୭:  ଭାଲୁ ଆକ୍ରମଣରେ ଯୁବକ ଗୁରୁତର। ଜଙ୍ଗଲକୁ ଶୌଚ ପାଇଁ ଯିବାବେଳେ ଭାଲୁ ଆକ୍ରମଣ କରିଥିଲା।ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ କେପିଲାଖରାଜ ପଂଚାୟତ ଅଧିନ କାଠ ଗୋଛି ଗ୍ରାମର ପଣ୍ଡା ସିଂଙ୍କ ପୁଅ ଜଟା। ତାଙ୍କ ବୟସ ୪୫ ବର୍ଷ। ଆଜି ସକାଳୁ ପାଖ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିଲେ। ଦୁଇଟି ଭାଲୁ ହଠାତ୍ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନୀଳଗିରି ବିଧାୟକ ସୁକାନ୍ତ ନାୟକ ତାଙ୍କ ପ୍ରତିନିଧିଙ୍କୁ ପଠାଇ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଚିକିତ୍ସା ସେବା ଯୋଗାଇବା ନେଇ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.