ଅର୍ଦ୍ଧଦଗ୍ଧ ଅବସ୍ଥାରେ ଯୁବକ ଉଦ୍ଧାର, ରାସ୍ତାରେ ଦୌଡ଼ୁଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | April 29, 2021 IST

କଟକ, ୨୯/୦୪: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସଫା ଗ୍ରାମ ନିକଟରେ  ଜଣେ ଯୁବକ ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡୁଥିବା ବେଳେ ସ୍ଥାନୀୟ ଲୋକେ ଯୁବକ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ  ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିବା ପରେ ସେଠାରୁ କଟକ ବଡ ମେଡିକାଲ କୁ ପଠାଇ ଦିଆଯାଇଛି ।

ସୂଚନା ମପତାବକ, ଯୁବକ ଜଣକ କେଉଁ ସ୍ଥାନର ଜଣା ପଡ଼ିନଥିବା ବେଳେ ଯୁବକଙ୍କ  ଦେହରେ ନିଆଁ ଲାଗିଥିବା ସଫା ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ । ତୁରନ୍ତ ଯୁବକଙ୍କ ଏପରି ଅବସ୍ଥା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଖଵର ଦେଇଥିଲେ ।  ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯୁବକଙ୍କ ଦେହରେ ନିଆଁ ଲାଗି ୪୦ ପ୍ରତିଶତ ପୋଡି ଯାଇଥିଲେ ମଧ୍ୟ ସେ ନିଜେ ରାସ୍ତାରେ ଚାଲି ଚାଲି ଯିବା ଏବଂ ଆମ୍ବୁଲାନ୍ସରେ ଚଢ଼ିବା ଅଞ୍ଚଳ ବାସୀଙ୍କୁ ଚକିତ କରିଛି । ତେବେ ଯୁବକଙ୍କ ଦେହରେ ନିଆଁ କେମିତି ଲାଗିଲା  ଏଭଳି ଅବସ୍ଥା କିପରି ହେଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.