ମାଆର ଲିଭ-ଇନ୍-ପାର୍ଟନରକୁ ହତ୍ୟା କରି ପୋଲିସକୁ ଫୋନ କଲା ଯୁବକ : କହିଲା ‘ମୁଁ ସାବତ ବାପାକୁ ମାରିଦେଲି’

Published By : Prameya-News7 Bureau | May 17, 2019 IST

ନୂଆଦିଲ୍ଲୀ ୧୭/୫: ବାବା ହରିଦାସ ନଗର ଅଞ୍ଚଳରେ ବୁଧବାର ଜଣେ ଯୁବକ ନିଜ ମାଆର ଲିଭ୍-ଇନ୍-ପାର୍ଟନରର ଗଳାରେ ଛୁରୀ ଭୁଷି ହତ୍ୟା କରିଛି। ଘଟଣା ପରେ ଅଭିଯୁକ୍ତ ଯୁବକ ଶବ ପାଖରେ ବସିଥିଲା ଏବଂ ମାଆଙ୍କ ସାମନାରେ ପୋଲିସକୁ ଫୋନ୍ କରି ହତ୍ୟାର ସୂଚନା ଦେଇଥିଲା। ପୋଲିସ୍ ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଥଲା।

ଘଟଣାସ୍ଥଳରେ ବ୍ୟବହୃତ ହୋଇଥିବା ଛୁରୀ ମଧ୍ୟ ଜବତ କରାଯାଇଛି। ମୃତକଙ୍କ ନାଁ ଦେବେନ୍ଦ୍ର କୁମାର(୨୮)। ଅଭିଯୁକ୍ତଙ୍କ କହିବାନୁସାରେ ଦେବେନ୍ଦ୍ର ତା’ର ୧୫ବର୍ଷ ବୟସ୍କା ଭଉଣୀକୁ ଖରାପ ନଜରରେ ଦେଖୁଥିଲା। ଯାହା ସେ ଆଦୈା ସହି ପାରିନଥିଲା। ପୋଲିସ ଅଭିଯୁକ୍ତ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସଙ୍କ କହିବାନୁସାରେ ଅଭିଯୁକ୍ତ ରମେଶ(୨୦)(ଛଦ୍ମନାମ) ପରିବାର ସହ ଗୋପାଳ ନଗର,ନଜଫଗଡ଼ରେ ରୁହେ। ସେ ନିଜ ମାଆ(୪୫) ଏବଂ ଭଉଣୀ(୧୫) ସହ ରୁହେ। ରମେଶ ଲୁଗା ବ୍ୟବସାୟ କରୁଥିଲା। ୨୦୧୧ମସିହାରେ ତା’ ବାପା ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କରିଥିଲେ।

ସେଦିନ ପରଠୁ ଦେବେନ୍ଦ୍ର ତାଙ୍କ ଘରକୁ ଯିବା ଆସିବା କରୁଥିଲେ। ରମେଶର ମାଆ ଦେବେନ୍ଦ୍ରକୁ ବିବାହ କରିବା କଥା କହୁଥିଲେ। ଦେବେନ୍ଦ୍ରଠାରୁ ରମେଶ ମାଆର ଏକ ପୁଅ ଜନ୍ମ ହୋଇଥିଲା ଯାହାକୁ ଏବେ ୭ବର୍ଷ। ଦେବେନ୍ଦ୍ର ବେଳେବେଳେ ତାଙ୍କ ଘରେ ରହି ଯାଉଥିଲା।

ଏହା ରମେଶକୁ ଆଦୈା ଭଲ ଲାଗୁନଥିଲା। ସେ ଅନେକ ଥର ଏହି କଥାର ବିରୋଧ କରିଥିଲା। ଦେବେନ୍ଦ୍ର ରମେଶର ଭଉଣୀକୁ ମଧ୍ୟ ଖରାପ ନଜରରେ ଦେଖୁଥିଲା। ବୁଧବାର ଦ୍ବିପ୍ରହରେ ସେ ମାଆ ଏବଂ ଦେବେନ୍ଦ୍ରକୁ ଏକାଠି ଦେଖି ରାଗିଯାଇଥିଲା।

ଏହାପରେ ରମେଶ ,ଦେବେନ୍ଦ୍ରଙ୍କ ସହ ଝଗଡ଼ା କରିଥିଲା। ଏହି ସମୟରେ ରମେଶ ରୋଷେଇ ଘରକୁ ଯାଇଥିଲା। ସେଠାରୁ ଛୁରୀ ଆଣି ଦେବେନ୍ଦ୍ରର ଗଳାରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଦେବେନ୍ଦ୍ରର ମୃତ୍ୟୁ ଘଟିଥିଲା। ଏହାପରେ ରମେଶ ପୋଲିସକୁ ସୂଚନା ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.