ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ
8/06/2020 at 6:46 PM

Image Courtesy : lightning over the city
ଆନନ୍ଦପୁର୮/୬: ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ। ଆନନ୍ଦପୁର ଥାନା କାଠକଟା ଗାଁ ନିକଟରେ ଥିବା ବିର୍ସାମୁଣ୍ଡା ପଡିଆଠାରେ ବଜ୍ରାଘାତ ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦୁଡୁଗାଁର ଦିଲ୍ଲୀପ୍ ଚକ୍ର। ଆଜି ମଧ୍ୟହ୍ନରେ କୌଣସି କାମରେ ଦିଲ୍ଲୀପ୍ ଏକ ସାଇକେଲ ଯୋଗେ କାଠକଟା ଗାଁକୁ ଯାଉଥିଲେ। ସେହି ସମୟରେ ହଠାତ୍ ଘଡଘଡି ସହ ବର୍ଷା ହେବାରୁ ବିର୍ସାମୁଣ୍ଡା ପଡିଆର ଏକ ଗଛ ମୂଳରେ ସେ ଆଶ୍ରୟ ନେଇଥିଲେ। ଏହି ସମୟରେ ଜୋରରେ ବଜ୍ରାଘାତ ଲାଗି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି।