Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆତ୍ମହତ୍ୟା କରିବାକୁ ନଦୀକୁ ଡେଇଁଥିଲେ ଯୁବକ : ୩ଦିନ ଯାଏଁ ଭୋକ-ଶୋଷରେ ନଦୀକୂଳରେ ଫସିରହିଲେ

13/08/2020 at 3:48 PM

ଅହମଦାବାଦ ୧୩/୮: ‘ଯାହାକୁ ରଖିବ ଅନନ୍ତ,କେ କରିପାରିବ ବଳବନ୍ତ’ ଏହା ଦେଖିବାକୁ ମିଳିଛି ଅହମଦାବାଦରେ। ଏଠାରେ ସାବରମତୀ ନଦୀରେ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। କିନ୍ତୁ ୩ଦିନ ପରେ ନଦୀକୂଳରେ ଥିବା ବୁଦାରୁ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ଯୁବକ ୩ଦିନ ତଳେ ସାବରମତୀ ନଦୀରେ ଡେଇଁ ପଡ଼ିଥିଲେ। କିନ୍ତୁ ସେ ନଦୀ କୂଳରେ ଜଙ୍ଗଲବୁଦା ଭିତରେ ଫସି ରହିଥିଲେ। ଯୁବକ ବୁଦା ଭିତରେ ୩ଦିନ ଯାଏଁ ଭୋକ-ଶୋଷରେ ଫସି ରହିଥିଲେ। ଜଣେ କେଉଟଙ୍କ ନଜର ପଡ଼ିବାରୁ ଦମକଳବାହିନୀଙ୍କ ସହାୟତାରେ ତାଙ୍କୁ ବହାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବୁଦାରେ ଫସି ରହିଥିବା ବ୍ୟକ୍ତିଙ୍କୁ ଦେଖି ଲୋକେ ନଜରଅନ୍ଦାଜ କରିଥିଲେ। ଲୋକେ ଭାବିଥିଲେ ଯେ ମାଛଧରାଳି ମାଛ ଧରିବାକୁ ଆସିଥିବେ। ଲୋକେ ୩ଦିନ ତଳେ ତାଙ୍କୁ ସେଠାରେ ଫସି ରହିଥିବା ଦେଖିଥିଲେ। କିନ୍ତୁ ଆଜି ଜଣେ ମାଛଧରାଳିଙ୍କ ନଜର ପଡ଼ିବାରୁ ତାଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ସେ ଭାବିଥିଲେ ଯେ ଏପରି ବିପଦପୂର୍ଣ୍ଣ ସ୍ଥାନରେ କିଏ କାହିଁକି ମାଛ ଧରିବ। ସେ ଭଲ ଭାବେ ଦେଖିବାରୁ ତ୍ରିଲୋକ ସିଂହ ଛଟପଟ ହେଉଥିବାର ଦେଖିଥିଲେ। ମାଛଧରାଳି ଦମକଳବାହିନୀଙ୍କୁ ଫୋନ୍ କରିଥିଲା ଏବଂ ତାଙ୍କୁ ଉଦ୍ଧାର କରାଯାଇଥିଲା।

 ସୂଚନା ଅନୁଯାୟୀ,ଏହି ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ। ତାଙ୍କୁ ପୂର୍ବରୁ ମଧ୍ୟ ଅନେକ ଥର ଆଖପାଖରେ ବୁଲିବାର ଦେଖାଯାଇଥିଲା। ଏବେ ଏହି ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ କାରଣକୁ ପୋଲିସ୍ ଯାଞ୍ଚ କରିବ।

   Related Posts