ନୀଳଗିରି୧୦/୬: ବିଷ ପିଇ ହସ୍ପିଟାଲ ଯିବା ବଦଳରେ ଥାନାରେ ପହଁଞ୍ଚିଲେ ଯୁବକ। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଯଡିଦା ପଞ୍ଚାୟତର ଜାମୁଡିହି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଏହି ଗ୍ରାମର ଶ୍ରୀଧର ଖଣ୍ଡେଉଙ୍କ ପୁଅ ସୋମନାଥ କୌଣସି କାରଣରୁ ବିଷ ପିଇ ଦେଇ ଗୁରୁତର ହେବାରୁ ହସ୍ପିଟାଲ ନଯାଇ ନୀଳଗିରି ଥାନାରେ ପହଁଞ୍ଚିଥିଲେ। ତାଙ୍କୁ ଆଇଆଇସି ମିନତୀ ବିଶ୍ୱାଳ ନୀଳଗିରି ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି । ତେବେ ସୋମନାଥ ବିବାହିତ ହୋଇଥିବା ବେଳେ ପାରିବାରିକ କଳହ ପାଇଁ ବିଷ ପିଇ ଦେଇଥିବା ଅନୁମାନ କରାଯାଉଛି।
ଶାହାଙ୍କ ପରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ...