କରୋନାଠୁ ଘାତକ ହେଲା ଭୋକ, ଲକ୍‌ଡାଉନ୍ ବେଳେ ପ୍ଲାଟଫର୍ମରେ ଚିରନିଦ୍ରା

Published By : Prameya-News7 Bureau | May 07, 2021 IST

ଭୁବନେଶ୍ଵର ୦୭।୦୫: ଭୁବନେଶ୍ୱର ରେଳ ଷ୍ଟେସନରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କରୋନାଠୁ ଟପିଗଲା ଭୋକର ଜ୍ଵଳା। ଶେଷରେ ଭୋକ ଉପାସରେ ଚାଲିଗଲା ଯୁବକଙ୍କ ଜୀବନ। ଅନେକ ଦିନ ଧରି ବ୍ୟକ୍ତି  ଜଣକ ରେଳ ଷ୍ଟେସନର ପ୍ଲାଟ ଫର୍ମରେ ଆଶ୍ରୟ ନେଇଥିଲେ। ହେଲେ ଦୀର୍ଘ ସମୟ ଧରି ଶୋଇ ରହିବା ପରେ ସେ ଆଉ ଉଠିନଥିଲେ। ଶେଷରେ ଭୋକ ଉପାସରେ ଆଖି ବୁଜିଲେ । ଷ୍ଟେସନରେ କିଛି ଲୋକେ ତାଙ୍କୁ ଡାକିବା ପରେ ମଧ୍ୟ ନଉଠିବାରୁ ଜିଆରପିକୁ ଖବର ଦେଇଥିଲେ ।

ପୋଲିସ ପହଂଚି ଦେଖିବା ବେଳେ  ଜାଣିବାକୁ ପାଇଥିଲେ ଯୁବକ ଆଉ ଜୀବିତ ନାହାନ୍ତି। ଏହାପରେ କିଛି ସମାଜସେବୀଙ୍କ ସହଯୋଗରେ ମୃତ ଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ଯୁବକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ଯୁବକ ଜଣଙ୍କ ଯାତ୍ରୀ ଓ ରେଳ ଡ଼ବାରେ ଝାଡୁ ମାରି ବଞ୍ଚୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.