Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

19/05/2020 at 1:33 PM

ଜୟପୁର୧୯/୫: ପୁଣି ବିଦ୍ୟୁତ ଆଘାତରେ ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ନବୀନ ଜେନୀ ଏବଂ ତାଙ୍କ ବୟସ ୨୦ ବର୍ଷ। ସୂଚନା ମୁତାବକ ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତ ସ୍ଥିତ ପଢ଼ାଯୋଡି  ଗାଁ ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ସମୟରେ ଏଭଳି ଅଭାବନୀୟ ଅଘଟଣ ଘଟିଛି। କର୍ମଚାରୀ ଜଣଙ୍କ ନିଜ ଗାଁ ଲକ୍ଷ୍ମୀପୁର ବ୍ଲକସ୍ଥିତ ଟେମାରୀ ଗୁଡା ଅଞ୍ଚଳରେ। ଆଜି ଗୋଟିଏ ଦିନରେ ବିଦ୍ୟୁତ ଆଘାତରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲାରେ ବିଦ୍ୟୁତ ଘାତରେ ୨ ଜଣ ମୃତ୍ୟୁ କରିଥିବା ସୂଚନା ମିଳିଛି। ବାଲେଶ୍ବର ଜିଲ୍ଲା ମୃତ୍ୟୁ କରିଥିବା ଦୁଇଜଣ ସଂପର୍କରେ ଶ୍ବଶୁର ଏବଂ ବୋହୂ ବୋଲି ଜଣାପଡିଛି। ଶ୍ବଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

   Related Posts