ଫୋନ ଚାର୍ଜ ଲଗାଇ ଫିଲ୍ମ ଦେଖୁଥିବାବେଳେ କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ

Published By : Prameya-News7 Bureau | June 05, 2019 IST

ବଡ଼ୋଦରା ୫/୬: ମୋବାଇଲ୍ ଫୋନ୍ ଚାର୍ଜ କରିବାବେଳେ ଫୋନ୍ ଉପଯୋଗ କରିବା କେତେ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ,ଏହା ଏହି ଘଟଣାରୁ ଜଣା ପଡ଼ିଯିବ। ଜଣେ ଯୁବକ ମୋବାଇଲ୍ ଫୋନ୍ ଚାର୍ଜ କରୁଥିବାବେଳେ ଫୋନରେ ଫିଲ୍ମ ଦେଖୁଥିଲା,ହଠାତ୍ ତାରରେ କରେଣ୍ଟ ଆସିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା।

ଭାଥୁଜୀନଗରରେ ୧୮ବର୍ଷ ବୟସ୍କ ଶିବଭାରତୀ ଭଡ଼ା ଘରେ ରହୁଥିଲା। ସେ ଫର୍ଣ୍ଣିଚର କାମ କରୁଥିଲା। ସନ୍ଧ୍ୟାରେ ଘରକୁ ଫେରି ସେ ଚାର୍ଜ ଲଗାଇ ଫିଲ୍ମ ଦେଖୁଥିଲା। ହଠାତ୍ କେବଲରେ କରେଣ୍ଟ ଆସିଗଲା,ଯାହା ଦ୍ବାରା ତାଙ୍କ ଶରୀରରେ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଶିବଭାରତୀଙ୍କ ଚିତ୍କାର ଶୁଣି ତାଙ୍କ ଭାଇ ତାଙ୍କ ପାଖକୁ ଆସିଥିଲେ। ଏହା ବ୍ୟତୀତ ଆଖ ପାଖ ଲୋକ ସେଠାରେ ପହଞ୍ଚି ଯାଇଥିଲେ। ଶିବଙ୍କୁ ତୁରନ୍ତ ହସ୍ପିଟାଲ ନେଇ ଯିବାକୁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.