ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

Published By : Prameya-News7 Bureau | August 26, 2018 IST

ଢେଙ୍କାନାଳ ୨୬/୮ : ଢେଙ୍କାନାଳ ଗୋବିନ୍ଦପୁରରେ ହତ୍ୟାକାଣ୍ଡ । ଘର ଭିତରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜମଙ୍କର ମୃତଦେହ ଉଦ୍ଧାର । ମୃତକ ହେଲେ ପ୍ରଦୀପ ମଲ୍ଲିକ । ଘଟଣାସ୍ଥଳରେ ପେ।ଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘରୁ ଏକ ରକ୍ତଲଗା କାଠ ଫାଳିଆ ଓ ଲୁହା ରଡକୁ ଜବତ କରିଛି ପେ।ଲିସ । ମୃତକ ପ୍ରଦୀପଙ୍କ ଭାଇ ଦୀପକ ମଲ୍ଲିକ ଓ ଭାଉଜ ଲକ୍ଷ୍ମୀ ମଲ୍ଲିକଙ୍କୁ ପେ।ଲିସ ଅଟକ ରଖି ପଚରାଉଚରା କରୁଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରଦୀପଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ପ୍ରଦୀପଙ୍କ ପତ୍ନୀ ଝିଅକୁ ନେଇ ତାଙ୍କ ବାପଘରକୁ ଯାଇଥିବାବେଳେ ସେ ଘରେ ଏକୁଟିଆ ରହୁଥିଲେ । ଗତକାଲି ରାତିରେ ପ୍ରଦୀପ ମଦ ପିଇ ଘରକୁ ଆସିଥିବା କହିଛନ୍ତି ତାଙ୍କ ଭାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.