ସ୍ତ୍ରୀର ଗଳାଚିପି ହତ୍ୟା କରିବା ପରେ ନିଜ ଯୌନାଙ୍ଗ କାଟିଲା ସ୍ବାମୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | July 07, 2019 IST

ସିଦ୍ଧାର୍ଥନଗର ୭|୭:  ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ଅଭାବନୀୟ ଘଟଣା ଘଟିଛି । ସିଦ୍ଧାର୍ଥନଗର ପଥରା ସ୍ଥିତ କକରାପୋଖର ଗାଁରେ ଗତ ଶନିବାର ଜଣେ ଯୁବକ ନିଜ ସ୍ତ୍ରୀର ଗଳାଚିପି ହତ୍ୟା କରିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ନିଜ ଯୌନାଙ୍ଗ କାଟିଦେଇଛି । ପୋଲିସ ସଂପୃକ୍ତ ଯୁବକଙ୍କୁ ଜିଲ୍ଲା ହସ୍ପିଟାଲରେ  ଭର୍ତ୍ତି କରିଥିଲା । ପରେ ସେଠାରୁ ଯୁବକଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଯୁବକଙ୍କ ବିରୋଧରେ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥନଗର ପଥରା ସ୍ଥିତ କକରାପୋଖର ଗାଁର ଖରକୁଲାହ ହସନଙ୍କ ପୁଅ ୨୨ବର୍ଷ ବୟସ୍କ ଅନଓ୍ବାରୁଲ ହସନଙ୍କ ବିବାହ ୧୦ମାସ ପୂର୍ବରୁ ପଡୋଶୀ ଅମିରଉଲ୍ଲାହଙ୍କ ଝିଅ ୨୧ବର୍ଷ ବୟସ୍କ ମେହନାଜଙ୍କ ସହ ହୋଇଥିଲା । ଗତ ଶୁକ୍ରବାର ଦିନ ଉଭୟ ରାତିରେ ଖାଇପିଅ ନିଜ ରୁମ୍ ରେ ଶୋଇଥିଲେ । ଶନିବାରର ଦିନ ମେହନାଜଙ୍କ ମା ତାଙ୍କ ରୁମ୍ କୁ ଯାଇ ଦେଖିଥିଲେ ଯେ, ତାଙ୍କ ରୁମ୍ ର କବାଟ ଖୋଲାଥିଲା । ସେ ରୁମ୍ ଭିତରକୁ ଯାଇ ଦେଖିଲେ ଯେ, ମେହନାଜଙ୍କ ମୃତଦେହ ତଳେ ପଡିଥିଲା ଏବଂ ଅନଓ୍ବାରୁଲ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ।  ଏହା ଦେଖି ସେ ଜୋରରେ ପାଟି କରିଥିଲେ । ଫଳରେ ପାଖ ପଡିଶା ଆସି ସେଠାରେ ରୁଣ୍ଡ ହୋଇଯାଇଥିଲେ ।  ଅନଓ୍ବାରୁଲ ସ୍ତ୍ରୀ ମେହନାଜର ଗଳାଚିପି ହତ୍ୟା କରିବା ପରେ ନିଜ ଯୌନାଙ୍ଗ କାଟି ଦେଇଥିଲେ ଏବଂ ସ୍ତ୍ରୀର ମୃତଦେହ ନିକଟରେ ହିଁ ବସିରହିଥିଲେ । ଘଟଣା ସଂପର୍କରେ ପୋଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପୋଲିସ ଆସି ପହଞ୍ଚିଥିଲା । ପୋଲିସ ମେହନାଜଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇବା ସହ ଅନଓ୍ବାରୁଲଙ୍କୁ ଜିଲ୍ଲା ହସ୍ପିଟାଲରେ  ଭର୍ତ୍ତି କରିଥିଲା । ପରେ ସେଠାରୁ ଯୁବକଙ୍କୁ ଗୋରଖପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ମୃତ ମେହନାଜଙ୍କ ମା କହିଛନ୍ତି ଯେ, ବିବାହ ପରଠାରୁ ହିଁ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଉଥିଲା । କେତେଥର ସେ ମଧ୍ୟ ଉଭୟଙ୍କୁ ବୁଝାଇଥିଲେ । ମାତ୍ର ସେ ବୁଝିନଥିଲେ ।  ଝଗଡା କାରଣରୁ ହିଁ ଅନଓ୍ବାରୁଲ ତାଙ୍କ ଝିଅର ଗଳାଚିପି ହତ୍ୟା କରିଦେଇଛି ।

ଅମିରଉଲ୍ଲାହଙ୍କ ଅଭିଯୋଗ ଅନୁସାରେ ପୋଲିସ ଯୌତୁକ ଜନିତ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.