ପତି- ପତ୍ନୀଙ୍କ ବିବାଦରେ ମୁଣ୍ଡ ଖେଳାଇ ହଣା ଖାଇଲେ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | October 17, 2021 IST

ଢେଙ୍କାନାଳ ୧୭।୧୦: କଥାରେ ଅଛି ହେବନି କେବେ ମଧ୍ୟସ୍ତି। ନାହିଁ କରିଛନ୍ତି ଅଗସ୍ତି । ଅର୍ଥାତ କାହା ବିବାଦରେ ମୁଣ୍ଡ ଖେଳାଇଲେ ବିପଦରେ ପଡିବାର ସମ୍ଭାବନା ରହିଛି। ଆଉ ଏପରି ଏକ ଅଭାବନୀୟ ଘଟଣା ସୃଷ୍ଟି ହୋଇଛି ଢେଙ୍କାନାଳ ସହରର ମିବା ବଜାର କୁମ୍ଭାର ସାହିରେ। ଅନ୍ୟ ପତ୍ନୀଙ୍କ ବିବାଦରେ ଅଯଥା ହସ୍ତକ୍ଷେପ କରି ଜଣେ ଯୁବକ ହଣା ଖାଇ ଅତି ଗୁରୁତର ହୋଇଛନ୍ତି ।  ଗୁରୁତର ଯୁବକ ଜଣଙ୍କ କୁମ୍ଭାର ସାହିର ପ୍ରହଲ୍ଲାଦ ରାଉଳ । ତାଙ୍କୁ ଢେଙ୍କାନଲ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି ।

କଟୁରି ଚୋଟରେ ପ୍ରହ୍ଲାଦ ରାଉଳଙ୍କ ପିଠି ଓ ମୁହଁରେ ଗୁରୁତର କ୍ଷତ ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।  ତାଙ୍କ ଘର ପାଖରେ ଚତୁର୍ଭୁଜ ରାଉଳ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡା ଲାଗିଥିବାବେଳେ ପ୍ରହଲ୍ଲାଦ ହସ୍ତକ୍ଷେପ କରିବାରୁ ଚତୁର୍ଭୁଜ ତାଙ୍କୁ ଏକ କଟୁରିରେ ହାଣୀ ପକାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ପୁଲିସ ଏସମ୍ପର୍କରେ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.