Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା : ଯୁବ ନେତା କରୁଣା ସାଗର ଖଟୁଆ ଗିରଫ

22/06/2021 at 4:26 PM

ପାଟଣା ୨୨।୬: ବ୍ଲକ୍ କାର୍ଯ୍ୟାଳୟରେ ପଶି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଅଭିଯୋଗରେ ଯୁବ ନେତା ଗିରଫ । କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କାର୍ଯ୍ୟାଳୟରେ ପଶି ଜିଲ୍ଲା ବିଜେଡି ଯୁବ ଉପସଭାପତି କରୁଣା ସାଗର ଖଟୁଆ ସାହାରପଡା ବ୍ଲକ୍ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କ ଟେବୁଲ ଉପରେ ଥିବା ୧୧ଟି ଡିଡିକୁ ଚିରିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ତାଙ୍କୁ ପାଟଣା ଥାନା ପୋଲିସ ଗିରଫ କରିଛି ।

ସୂଚନାଯୋଗ୍ୟ ଯେ, ସାହାରପଡା ବ୍ଲକକୁ ଆସିଥିବା ୪୭ଟି ସ୍କୁଲ ଘର ପାଇଁ ୧୦ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଟେଣ୍ଡରର ସୋମବାର ଶେଷ ଦିନ ଥିଲା । କରୁଣା ସାଗର ଖଟୁଆ ଓରଫ ଦୀପୁ ସୋମବାର ଅପରାହ୍ନରେ ବ୍ଲକ କାର୍ଯ୍ୟାଳୟରେ ପଶି ମୁଖ୍ୟ କିରାଣୀ ହାଡ଼ିବନ୍ଧୁ ପାତ୍ରଙ୍କ ଟେବୁଲରୁ  ୧୧ଟି ଡିଡିକୁ ଧରି ଚିରି ଦେଇଥିଲେ।  ମୁଖ୍ୟ କିରାଣୀଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି  ସାହାରପଡା ବିଡ଼ିଓ ଲମ୍ବୋଦର ଖୁଣ୍ଟିଆ  ପାଟଣା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ, କରୁଣା ସାଗରଙ୍କୁ ଆଣି ପାଟଣା ଥାନାରେ ଅଟକ ରଖିବା ପରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

   Related Posts