Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ନାଳରୁ ଛାତ୍ର ନିଖୋଜ ଘଟଣା, ୧୮ଘଣ୍ଟା ପରେ ମିଳିଲା ଜ୍ୟୋତିଙ୍କ ମୃତଦେହ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୧୦ କୋଭିଡ୍ ପଜିଟିଭ୍
  • ||
  • ବାରବାଟୀରେ ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଟି୨୦ ! ବିସିସିଆଇ ଆପେକ୍ସ ବୈଠକରେ ଲାଗିପାରେ ମୋହର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୬ ମୃତ
  • ||
  • ଭିସୁଟର କୂଳପତି ସମେତ ୨ଛାତ୍ର କୋଭିଡ଼ ପଜିଟିଭ, ସଂଗରୋଧରେ ସମସ୍ତେ
  • ||
  • ବିଦ୍ୟାଭାରତୀଙ୍କର ମିଛଧରା ପରୀକ୍ଷା ଆଜି, ବାହାରିବ କି ସତ ?
  • ||
  • ରାଜଧାନୀ ନାଳରେ ନାବାଳକ ଭାସିଯିବା ଘଟଣା : ଏବେସୁଦ୍ଧା ମିଳିନି ପତ୍ତା, ଉଦ୍ଧାରକାର୍ଯ୍ୟ ଜାରି
  • ||

ମିଛି ମିଛିକା ଆତ୍ମହତ୍ୟା ନାଟକ : ରଶିରେ ଝୁଲିପଡିଲେ ମୋନାଲିସା, ସତରେ ଚାଲିଗଲା ଜୀବନ

10/12/2018 at 12:00 PM

କେନ୍ଦ୍ରାପଡା ୧୦|୧୨:  ମିଛି ମିଛିକା ଆତ୍ମହତ୍ୟା ଉଦ୍ୟମ କରି ରଶିରେ ଝୁଲିପଡି ଯୁବତୀଙ୍କରମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ବାରୋ ଗାଁରେ । ମୃତଯୁବତୀ ହେଲେ ମୋନାଲିସା ସୂତାର ।

ସୂଚନା ଅନୁସାରେ ନିକିରାଇ ଥାନାବାରୋ ଗାଁର ସୁକାନ୍ତ ସୂତାରଙ୍କ ଝିଅ ମୋନାଲିସା । ବାପା ସୁକାନ୍ତ ଜଣେ କାଠ ମିସ୍ତ୍ରୀ ଭାବେ କାମକରୁଥିବାବେଳେମାଆ ସୁଲୋଚନା ବାରୋ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଚିକା ଭାବେ କାମ କରୁଛନ୍ତି । ୪ ଭଉଣୀଙ୍କମଧ୍ୟରେ ସୋନାଲି ବଡ ଝିଅ । ସୋନାଲି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ । ସେ ମଧ୍ୟ ସଙ୍ଗୀତ ଶିଖୁଥିଲେ।

ଗତକାଲି ତାଙ୍କର ସାନ ଭଉଣୀଙ୍କସହ କୌଣସି କାରଣରୁ ତାଙ୍କର ଝଗଡା ହୋଇଥିଲା । କିଛି ସମୟ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ମୋନାଲିସା ସାନ ଉଭଣୀକୁ ଡରାଇବା ପାଇଁ ଆତ୍ମହତ୍ୟା କରିବା କଥା କହିଥିଲେ । ସାନ ଉଭଣୀ ମଧ୍ୟ ଏକଥାକୁ ମଜାକ୍ ରେ ନେଇଥିଲେ । ଆଉ ମିଛି ମିଛିକା ଆତ୍ମହତ୍ୟା ଉଦ୍ୟମ କରି ରଶିରେ ଝୁଲିବାକୁ ଯାଇ ମୃତ୍ୟୁହୋଇଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲ ନେଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁହୋଇଥିଲା । ଏ ନେଇ କଟକରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ସୋନାଲିଙ୍କ ମୃତ୍ୟୁରେ ସ୍ଥାନୀୟଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

   Related Posts