ରାଜଧାନୀରେ ଯୁବତୀଙ୍କ କଟାମୁଣ୍ଡ ଓ ଉଲଗ୍ନ ଗଣ୍ଡି ଅଲଗା ଅଲଗା ସ୍ଥାନରୁ ମିଳିବା ଘଟଣା : ଖୋଲିଲା ଗୁମର, ଜାଣନ୍ତୁ କାରଣ

Published By : Prameya-News7 Bureau | December 20, 2018 IST

ଭୁବନେଶ୍ବର ୨୦|୧୨: ସତ୍ୟବାଦୀରୁ ଆଣିଲା ମଳିପଡାରେ ମାରିଲା । ହତ୍ୟା କରିବା ପରେ ନିଜକୁ ସମ୍ଭାଳି ନପାରି ପୋଲିସ ଆଗରେ ସବୁ ବଖାଣିଲା । ସତ୍ୟବାଦୀ ଥାନା କୁଞ୍ଜର ଗ୍ରାମର ଯୁଧିଷ୍ଠିର ଗୋଳବିଞ୍ଜଇପଡାର ସଜନୀକୁ ହତ୍ୟାକରି ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ 
ଆରମ୍ଭ କରିଛି  ।

{"id":65699}

ଭଲ ପାଇଲା । ଇହକାଳ ପରକାଳର ଦେବତା କହି ରାତି ଅଧରେ ଘରୁ ଗୋଡ କାଢିଲା । ବାପା ମା'ଙ୍କ ଅଜାଣତରେ ଘରଛାଡି ପ୍ରେମିକ ସହିତ ଚମ୍ପଟ ମାରିଥିଲା ସଜନୀ  । ହେଲେ ଯିଏ ତାକୁ ସଂସାର କରିବାକୁ ଘରୁ ନେଇ ଆସିଥିଲା ସେହିଁ ସାଜିଲା ହତ୍ୟାକାରୀ । ଅତି ବୀଭତ୍ସ ଭାବେ ହତ୍ୟାକରି ଜଙ୍ଗଲରେ ମୃତଦେହକୁ ଫୋପାଡି ଦେଇଥିଲା ନୃସଂଶ ପ୍ରେମିକ । ଚନ୍ଦକା ଥାନା ଅନ୍ତର୍ଗତ କ୍ରିଷ୍ଣାପୁରୀ ଏକ ନିଛାଟିଆ ଜଙ୍ଗଲ ଭିତରେ ମୁଣ୍ଡରୁ ଗଣ୍ଡିକୁ ଏକ ଧାରୁଆ ଛୁରୀରେ ଅଲଗା କରିଥିଲା । କ୍ରିଷ୍ଣାପୁରୀ  ରାସ୍ତାର ଗୋଟିଏ ପଟେ ଜଙ୍ଗଲ ଭିତରେ ପଡିଥିଲା ମୁଣ୍ଡ ଆଉ ରାସ୍ତାର ଅନ୍ୟପଟେ ପ୍ରାୟ ୨ଶହ ମିଟର ଦୂରରେ ପଡିଥିଲା ଗଣ୍ଡି । ଉଲଗ୍ନ ଅବସ୍ଥାରେ ପଡିଥିବା ମୃତଦେହରେ ନଥିଲା ବସ୍ତ୍ର । ଦୁଷ୍କର୍ମ କରିବାପରେ ସଜନୀକୁ ଫୋପାଡି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା କୁଞ୍ଜର ଗାଁର ଯୁଧିଷ୍ଠିର ସ୍ବାଇଁ । ହେଲେ ହତ୍ୟାକାଣ୍ଡ ପରେ ବେଶି ସମୟ ନିଜକୁ ଘରେ ରଖିପାରିନଥିଲା ଯୁଧିଷ୍ଠିର । ଶେଷରେ ୧୯ତାରିଖ ଦିନ ସତ୍ୟବାଦୀ ଥାନାରେ ଆତ୍ମସମର୍ପଣ କରି ହତ୍ୟାକାଣ୍ଡ ସମ୍ପର୍କରେ ବଖାଣିଥିଲା ହତ୍ୟାକାରୀ । ଏହା ପୂର୍ବରୁ ୧୩ ତାରିଖରେ ସଜନୀଙ୍କ ପରିବାର ପକ୍ଷରୁ ସତ୍ୟବାଦୀ ଥାନାରେ ଏକ ନିଖୋଜ ମାମଲା ଦାୟର କରାଯାଇଥିଲା ।

{"id":65700}

ସେପଟେ ଚନ୍ଦକା ପୋଲିସର ସହାୟତାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିଲା ସତ୍ୟବାଦୀ ପୋଲିସ । ଆଉ ସେଠାରେ ଆରମ୍ଭ କରିଦେଇଥିଲା ତଦନ୍ତ । ଯୁଧିଷ୍ଠିର ଏକମାସ ପୂର୍ବରୁ ପୁରୀ କୋର୍ଟରେ ସଜନୀକୁ ବିବାହ କରିବାକୁ ଆବେଦନ କରିଥିଲା । ପୁରୀ ପୋଲିସ ମୁଣ୍ଡ ଗଣ୍ଡି ଏକାଠି କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇ ଦେଇଥିଲା । ଘଟଣାସ୍ଥଳରୁ ଏକ ଧାରୁଆ ଛୁରୀକୁ ମଧ୍ୟ ଜବତ କରିଥିଲା ପୋଲିସ ।

ତେବେ ସଜନୀକୁ ଯୁଧିଷ୍ଠିର କଣ ଖାଲି ସନ୍ଦେହ କରି ହତ୍ୟା କରିଥିଲା ନା ଏହା ପଛରେ ଆଉ କିଛି କାହାଣୀ ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ହତ୍ୟାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.