Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି : ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?

20/04/2021 at 11:41 AM

ସୋର ୨୦।୪: ସରିଥିଲା ନିର୍ବନ୍ଧ । ପୁଅ-ଝିଅ ଉଭୟ ଉଭୟଙ୍କୁ ପିନ୍ଧାଇ ସାରିଥିଲେ ମୁଦି । ହେଲେ ବାରମ୍ବାର ବିବାହ ତାରିଖ ଘୁଞ୍ଚାଉଥିଲେ ବର ପକ୍ଷ । କାରଣ ଥିଲା ଅଧିକ ଯୌତୁକ । ଅଧିକ ଯୌତୁକ ଦାବି କରି ଗତ ୪ ମାସ ଧରି ଏଭଳି କରିଚାଲିଥିଲେ ବର ଘରଲୋକ । ଶେଷରେ ଏମିତି କଣ ହେଲା ଯେ, ଆତ୍ମହତ୍ୟା କରିଦେଲା ଝିଅ ?  ନା ତାଙ୍କୁ କେହି କରିଛି ହତ୍ୟା ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗାଁରେ ।

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଗରସଙ୍ଗ ଗ୍ରାମରେ ଗଜେନ୍ଦ୍ର ଦାସଙ୍କ ଝିଅ ବର୍ଷା ଦାସଙ୍କର ଭଦ୍ରକର ରାଧାକାନ୍ତ ଜେନାଙ୍କ ପୁଅ ଆଲୋକ ଜେନା ସହିତ ବିବାହ ହେବାକୁ ସ୍ଥିର ହୋଇଥିଲା। ୪ ମାସ ତଳେ ରିଙ୍ଗ୍ ସେରମନି ବି ସରିଥିଲା । ହେଲେ ଅଧିକ ଯୌତୁକ ଟଙ୍କା ଏବଂ ଭଲ ବ୍ରାଣ୍ଡର ଜିନିଷ ଦେବା ପାଇଁ ଦାବି କରୁଥିଲେ ଆଲୋକଙ୍କ ପରିବାର । ଏହାସହ ବିବାହ ତାରିଖ ମଧ୍ୟ ବାରମ୍ବାର ବଦଳାଇ ଆସୁଥିଲେ।  ଆସନ୍ତା ୧୨ ତାରିଖରେ ହୋଇଥାନ୍ତା ବିବାହ । ସୋମବାର ଦିନ ଆଲୋକ ଝିଅ ଘରକୁ ଆସିଥିଲେ । ବିଳମ୍ବିତ ରାତିରେ ବର୍ଷା ଏବଂ ଆଲୋକଙ୍କ ମଧ୍ୟରେ ଯୌତୁକ ବାବଦରେ ଆଲୋଚନା କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ପରେ ଆଲୋକ ଏଥିରେ ଉତକ୍ଷିପ୍ତ ହୋଇ ବର୍ଷାକୁ ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । 

ଅନ୍ୟପଟେ ଯେତେବେଳେ ବର୍ଷା ବେକରେ ଆପ୍ରନ ଲଗାଇ ଆତ୍ମହତ୍ୟା କରିଥିଲା ସେତେବେଳେ ଆଲୋକ ତାଙ୍କ ପାଖରେ ଥିଲେ । ସେ ବର୍ଷାଙ୍କୁ ଉଦ୍ଧାର କରି ସିମୁଳିଆ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଆଲୋକ ଫେରାର ହୋଇଯାଇଥିଲା । ପରିବାର ଲୋକେ ସିମୁଳିଆ ଥାନାରେ ଅଭିଯୋଗ କରିବା ପରେ ସିମୁଳିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଉଲ୍ଲେଖଯୋଗ୍ୟ ଯେ, ପୁଅ ଜଣେ ଇଞ୍ଜିନିୟର ଥିବାବେଳେ ତାଙ୍କ ବାପା ଜଣେ ଶିକ୍ଷକ ଥିବା ସୂଚନା ମିଳିଛି।

   Related Posts