ଆନନ୍ଦପୁର ୨୪।୫: ପୋଖରୀରେ ବୁଡି ଜଣେ ଭିନ୍ନକ୍ଷମ ଯୁବତୀଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୀମାନ୍ତ ବାଉଁଶପାଣି ଗାଁରେ ଘଟିଛି ଏଭଳି ଅଘଟଣ । ଗାଁର ଜଣେ ଭିନ୍ନକ୍ଷମ ଯୁବତୀ ପୋଖରୀରେ ବୁଡିଯିବା ଫଳରେ ମୃତ୍ୟୁ ହୋଇଛି । ଯୁବତୀ ଜଣଙ୍କ ବାଉଁଶପାଣି ଗାଁର କାଞ୍ଚନ ଦେହୁରୀ ।
ପରିବାର ଲୋକଙ୍କ କହିବା ଅନୁଯାୟୀ, କାଞ୍ଚନ ସବୁଦିନ ଭଳି ଆଜି ମଧ୍ୟ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ସେଠାରେ ବୁଡି ଯାଇଥିଲେ । ତେବେ ନିକଟରେ ଥିବା କିଛି ଲୋକ ତାଙ୍କ ଘରକୁ ଖବର ଦେବା ସହ ପୋଖରୀ ଭିତରକୁ ଯାଇ କାଞ୍ଚନକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ କାଞ୍ଚନକୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।