ପ୍ରେମିକଙ୍କ ସହ ଧରାପଡିଲେ ଯୁବତୀ, ବାପା-ମା’ଙ୍କୁ ଦେଖି ଡେଇଁପଡିଲେ ୩ ମହଲା ଛାତରୁ

Published By : Prameya-News7 Bureau | February 02, 2021 IST

ସୁରଟ ୨।୨: ପ୍ରେମିକ ସହ ଧରାପଡିଲେ ଯୁବତୀ । ବାପା-ମା ଦେଖିଦେବାରୁ ଘରର ତୃତୀୟ ମହଲାରୁ ଯୁବତୀ ଜଣଙ୍କ ଡେଇଁପଡିଛନ୍ତି । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ସୁରଟ ବମରୌଲି ଅଞ୍ଚଳରେ ଶନିବାର ରାତିରେ ଜଣେ ଯୁବତୀ ଛାତରୁ ତଳକୁ ଡେଇଁପଡିଥିଲେ । ରାତି ୧୨ଟା ୩୦ମିନିଟ୍ ରେ ଯୁବତୀ ଜଣଙ୍କ ନିଜ ପ୍ରେମିକଙ୍କ ସହ ତୃତୀୟ ମହଲାରେ ଠିଆ ହୋଇଥିଲେ । ଯୁବତୀ ଜଣଙ୍କ ନିଜ ବାପା-ମା’ଙ୍କୁ ଏକାସଙ୍ଗେ ଦେଖି ଡରିଯାଇଥିଲେ । ଭୟରେ ସେ ଛାତରୁ ଡେଇଁ ପଡିଥିଲେ । ଯୁବତୀ ଜଣଙ୍କ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଯୁବତୀ ଜଣଙ୍କ ସଂପୃକ୍ତ ଯୁବକଙ୍କୁ ପ୍ରେମ କରୁଥିବା କହିଛନ୍ତି । ଯାହାଙ୍କ ସେ ଛାତ ଉପରେ ଥିଲେ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.