ଯୁବତୀଙ୍କ ସହ ଗଣଦୁଷ୍କର୍ମ ; ଦୁଷ୍କର୍ମ ବେଳେ ଭିଡ଼ିଓ କଲେ ଯୁବକ, ତାପରେ କଣ ହେଲା ଜାଣନ୍ତୁ

Published By : Prameya-News7 Bureau | December 09, 2018 IST

ଦିଲ୍ଲୀ ୦୯|୧୨: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲମ ଅଞ୍ଚଳରେ ୨୭ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତମାନେ ଘଟଣାର ଭିଡିଓ କରିବା ସହ ଯୁବତୀଙ୍କୁ ବ୍ଲାକମେଲିଂ କରୁଥିଲେ ।
ଘଟଣା ଅସହ୍ୟ ହେବାରୁ ଯୁବତୀ ଜଣକ ଶୁକ୍ରବାର ଦିନ ପୋଲିସ ନିକଟରେ ଅଭିଯୋଗ କରିଲେ । ଛାନଭିନ କରିବା ପରେ ପୋଲିସ ମାମଲା ଦାୟର କରିଛି ।
ପୋଲିସର ସୂଚନା ଅନୁସାରେ ପାଲମ ରାଜନଗର କଲୋନୀରେ ଯୁବତୀ ଜଣକ ରହୁଥିଲେ । ସେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିଲେ ।
ସେ ବାଦଲି ଅଞ୍ଚଳରେ ରହୁଥିବା ସଞ୍ଜୟ ନାମକ ଯୁବକଙ୍କଠାରୁ ନିଜ ଘର ପାଇଁ କରଜ ନେଇଥିଲେ । କିଛିଦିନ ତଳେ ସଞ୍ଜୟ ଏବଂ ତାଙ୍କ ସାଙ୍ଗ ସତୀଶ ଯୁବତୀଙ୍କ ଘରେ ପହଞ୍ଚିଲେ । କିଛି ସମୟ କଥାବାର୍ତ୍ତା ହେବା ପରେ ଯୁବତୀଙ୍କୁ ଡରାଇ ଧମକାଇ ତାଙ୍କ ସହ ଗଣଦୁଷ୍କର୍ମ କଲେ ।
ଅଭିଯୁକ୍ତମାନ ଦୁଷ୍କର୍ମ କରିବା ସମୟର ଭିଡ଼ିଓ ମଧ୍ୟ କରିଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ଏହି ଭିଡିଓ ଜରିଆରେ ଅଭିଯୁକ୍ତ ଘଟଣା ସମ୍ପର୍କରେ କାହାକୁ କିଛି ନକହିବା ପାଇଁ ବ୍ଲାକମେଲିଂ କରୁଥିଲେ । ମାତ୍ର ଶୁକ୍ରବାର ଦିନ ଯୁବତୀ ଜଣକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ ପୋଲିସ ମାମଲା ଦାୟର କରିଥିଲେ । ଯୁବତୀଙ୍କ କହିବା ଅନୁସାରେ ସଂପୃକ୍ତ ଯୁବକଙ୍କଠାରୁ ନେଇଥିବା କରଜ ଟଙ୍କା ମଧ୍ୟ ଫେରାଇ ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.