Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସହକର୍ମୀଙ୍କ ସହ ଘରେ ପାର୍ଟି କରୁୁଥିଲେ ଯୁବତୀ, ବେହୋସ ଅବସ୍ଥାରେ ଦୁଷ୍କର୍ମ : ଲୋକଲଜ୍ଜା ଭୟରେ କଲେ ଆତ୍ମହତ୍ୟା

11/06/2021 at 8:55 PM

ଭଦୋଦରା ୧୧।୬: ୧୯ ବର୍ଷ ବୟସ୍କ କଲେଜ ଛାତ୍ରୀ ପାଠ ପଢା ସହ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ଦିନେ ସେ ତାଙ୍କ ସହକର୍ମୀମାନଙ୍କ ସହ ନିଜ ଘରେ କକଟେଲ୍ ପାର୍ଟିର ଆୟୋଜନ କରିଥିଲେ । ମଦ ପିଇ ବେହୋସ ହୋଇଯିବା ପରେ ତାଙ୍କ ସହ ସେଠାରେ ଦୁଷ୍କର୍ମ ହୋଇଥିଲା । ଏହାପରେ ସେ ଆତ୍ମହତ୍ୟା କରିଦେଇଥିଲେ । ଏଭଳି ଘଟଣା ଗୁଜରାଟ ଭଦୋଦରାରେ ଘଟିଛି ।

ସୂଚନାଯୋଗ୍ୟ ଯେ, ଗୁଜରାଟ ଭଦୋଦରା ଲକ୍ଷ୍ମୀପୁରରେ ରୁହନ୍ତି ୧୯ ବର୍ଷ ବୟସ୍କା ଯୁବତୀ । ଭଦୋଦରା କଲେଜରେ ପାଠ ପଢିବା ସହ ଏକ ଘରୋଇ କମ୍ପାନୀରେ ମଧ୍ୟ କାମ କରନ୍ତି । ୬ ମାସ ପୂର୍ବରୁ ଯୁବତୀଙ୍କ ମା’ଙ୍କ ଦେହାନ୍ତ ହୋଇଯାଇଥିଲା । ଫଳରେ ସେ ଭଡା ଘରେ ରୁହନ୍ତି । ଦୁଇ ଦିନ ପୂର୍ବରୁ ନିଜ ସହକର୍ମୀଙ୍କ ସହ ନିଜ ଘରେ କକଟେଲ୍ ପାର୍ଟିର ଆୟୋଜନ କରିଥିଲେ । ଯେଉଁ ପାର୍ଟିକୁ ତାଙ୍କ ଜଣେ ବନ୍ଧୁଙ୍କ ସହ ଦୁଇ ସହକର୍ମୀ ଆସିଥିଲେ । ସେମାନଙ୍କ ସହ ଯୁବତୀ ଜଣଙ୍କ ମଧ୍ୟ ଖୁବ୍ ମଦ୍ୟପାନ କରିଥିଲେ । ଏତେ ମଦ ପିଇଥିଲେ ଯେ ଯୁବତୀ ଜଣଙ୍କ ବେହୋସ ହୋଇଯାଇଥିଲେ । ତାର ଫାଇଦା ଉଠାଇ ଜଣେ ସହକର୍ମୀ ତାଙ୍କ ସହ ଦୁଷ୍କର୍ମ କରିଥିଲେ ।

ପର ଦିନ ସକାଳୁ ଯୁବତୀଙ୍କ ହୋସ୍ ଆସିବା ପରେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସହ ଦୁଷ୍କର୍ମ ହୋଇଛି । ଯୁବତୀ ଜଣଙ୍କ ଏହା ବରଦାସ୍ତ କରିପାରିନଥିଲେ । ସେ ସବୁକଥା ତାଙ୍କ ବନ୍ଧୁଙ୍କୁ କହିଥିଲେ । ତାଙ୍କ ବନ୍ଧୁ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ମାତ୍ର ଯୁବତୀ ଜଣଙ୍କ ବଦନାମୀ ଡରରେ ଆତ୍ମହତ୍ୟା କରିଦେଇଥିଲେ ।

   Related Posts