ଘରେ କେହି ନଥିବା ବେଳେ ନିଜର ପୁରୁଷବନ୍ଧୁକୁ ଫୋନକରି ଡ଼ାକିଲେ ଯୁବତୀ, ତା ପରଦିନ ସକାଳେ ଏମିତି କଣ ଦେଖିଲା ଚମକି ପଡ଼ିଲା ସାନ ଭଉଣୀ

Published By : Prameya-News7 Bureau | March 25, 2019 IST

ଶାହଜହାଂପୁର ୨୫/୩- ବିବାହ ପାଇଁ ସରିଥିଲା ଯୋଜନା । ହୋଲି ପରେ ହୋଇଥାନ୍ତା ବିବାହ । ଛୁଟି ନେଇ ମାଆ-ବାପା ଯାଇଥିଲେ ଗାଁକୁ । ହେଲେ ଏମିତି କିଛି ଘଟଣା ଘଟିଲା ..ସରିଗଲା ସବୁଖେଳ ।

ଶିବପାଲ ସିଂ ସୀମାପୁରର ଗାଁର ମୂଳବାସିନ୍ଦା ହେଲେ ବି ଦିଲ୍ଲୀରେ ଚାକିରି କରି ପରିବାର ସହ ରହୁଥିଲେ । ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲା । ଝିଅ ଦୁଇଜଣଂକୁ ଛାଡ଼ି ସେ ଗାଁ ସୀମାପୁର ହୋଲି ପାଇଁ ବୁଲିବାକୁ ଯାଇଥିଲେ । ସାନଝିଅ ବି ହୋଲି ମନାଇବାକୁ ଅନ୍ୟଜଣେ ସାଙ୍ଗ ଘରକୁ ଯାଇଥିଲା ।

ବଡ଼ଝିଅ ଶିବାନୀ ସହିତ ଘରପାଖରେ ରହୁଥିବା ବାଦାମ ସିଂ ନାମକ ଜଣେ ଯୁବକ ସହ ବିବାହ ସ୍ଥିର ହୋଇଥିଲା । ହୋଲି ପରେ ବିବାହ ଆୟୋଜନ ହେବାକଥା ମଧ୍ୟ ତାରିଖ ସ୍ଥିର କରାଯାଇଥିଲା । ଘରେ କେହି ନଥିବାରୁ ବାଦାମ ସିଂକୁ ଶୀବାନୀ ଘରକୁ ଡ଼ାକିଥିଲା । ରାତିସାରା ସେମାନେ ସାଥିହୋଇ ରହିଥିଲେ । ସକାଳେ ବାଦାମ ସିଂ  ଶିବାନୀଙ୍କ ଘରୁ ଚାଲିଯାଇଥିଲେ ।

କିଛି ସମୟରେ ପରେ ଶୀବାନୀର ସାନଭଉଣୀ ଆସି ଘରେ ପହଂଚିଥିଲା । ଘରେ ପହଂଚି ଶୀବାନୀ ଫ୍ୟାନରେ ଫାଶିଦେଇଥିବା ଦେଖିଥିଲା । ବଡ଼ ଭଉଣୀ ଶୀବାନୀ  ଫାଶୀ ଦେଇଥିବା ଦେଖି ସାନ ଭଉଣୀର ମୁଣ୍ଡ କିଛି କାମ କରି ନଥିଲା ।

ପରିବାର ଲୋକ ସାନଝିଅଠାରୁ ଏହି ଖବର ଶୁଣି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନ ସୀମାପୁରରୁ ଦି୍ଲ୍ଲୀ ପଳାଇ ଆସିଥିଲେ ପରିବାରଲୋକ  ।

ପୋଲିସ ଶବକୁ ଜବତ କରି ଏହି ଘଟଣାର ଅଧିକ ତଦନ୍ତ କରୁଛି । ଶୀବାନୀ ଆତ୍ମହତ୍ୟା କରିଛି କି ତାକୁ ହତ୍ୟା କରାଯାଇଛି ତଦନ୍ତ କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.