ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ

Published By : Prameya-News7 Bureau | March 01, 2021 IST

ଧର୍ମଗଡ ୧।୩: ଗ୍ୟାସ୍ ଲିକ୍ ହୋଇ ଲାଗିଗଲା ନିଆଁ । ଜୀବନ୍ତ ଦଗ୍ଧ ହୋଇଗଲେ ଯୁବତୀ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।

{"id":416285,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଖପ୍ରାମାଲ ଗାଁରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗାଁର କାମେଶ୍ବର କନ୍ଦପାନଙ୍କ  ଝିଅ ଶନିବାର ସକାଳୁ ରୋଷେଇ ଘରେ ଥିବା ସମୟରେ ରନ୍ଧନ ଗ୍ୟାସରୁ ଲିକ୍ ହୋଇଥିଲା ।  ଫଳରେ ନିଆଁ ଲାଗି ଟ୍ଵିଙ୍କଲ କନ୍ଦପାନ ଜୀବନ୍ତ ଦ୍ବଗ୍ଧ ହୋଇଯାଇଛନ୍ତି । ଖବର ପାଇ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲାଗିବା କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ଥିବାବେଳେ ଗ୍ୟାସ୍ ଲିକେଜରୁ ନିଆଁ ଲାଗିଥିବା ଅନୁମାନ କରାଯାଏ । କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି।  ଯୁବତୀଙ୍କ ଆକସ୍ମିକ ମୃତ୍ୟୁ ପରେ ଶୋକର ଛାୟା ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.