ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ଯୁବତୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
22/01/2021 at 4:00 PM

ବିନିକା ୨୨।୧: ନିଜ ଦେହରେ କିରୋସିନି ଢାଳି ହୋଇ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିନ୍ଦୁରପୁର ପଞ୍ଚାୟତ ଗଣେଶପୁର ଗାଁରେ ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଗଣେଶପୁର ଗାଁରେ ୨୩ ବର୍ଷ ବୟସ୍କ ଯୁବତୀ ରୋହିଣୀ ଭୁଏ ନିଜ ଦେହରେ କିରୋସିନି ଢାଳି ଦିଆସିଲି ମାରି ହୋଇଥିବା ବେଳେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ଏମିତି ଘଟଣା ଘଟିଛି ତାହା ଜଣାପଡିନାହିଁ ।
Related Posts
ନିଆଁ ଲାଗି ଜଳିଗଲା ଏକର ଏକର ଜଙ୍ଗଲ
7 March 2021
ବୁଲାଣିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍, ଜଣେ ଗୁରୁତର
7 March 2021