ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ : କାରଣ ଅସ୍ପଷ୍ଟ, ତଦନ୍ତ ଜାରି

Published By : Prameya-News7 Bureau | October 11, 2021 IST

ଚାନ୍ଦବାଲି ୧୧।୧୦: ଭଦ୍ରକ ଜିଲ୍ଲା ଧାମରା ଥାନା ଅନ୍ତର୍ଗତ ଧାମରା ଦକ୍ଷିଣସାହିରେ  ଜଣେ ଯୁବତୀ ବେକରେ ରଶି ଲାଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଯୁବତୀ ଜଣଙ୍କ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାର ସ୍ପଷ୍ଟ ସୂଚନା ମିଳନାହିଁ । ଘଟଣାସ୍ଥଳରେ ଚାନ୍ଦବାଲି ପୋଲିସ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସହ ଧାମରା ପୋଲିସ ଏବଂ ଫୋରେନସିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବ ଜବତ କରାଯିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଏହି ଘଟଣାରେ ଏସଡ଼ିପିଓ ଉପସ୍ଥିତ ରହିବା ସହ ଘଟଣାର ଅଧିକ ତଦନ୍ତ ପାଇଁ ଫୋରେନସିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଜାରି ରହିଛି । ଆତ୍ମହତ୍ୟା କରିଥିବା ଯୁବତୀ  ଜଣଙ୍କ ହେଉଛନ୍ତି  କୃଷ୍ଣଚନ୍ଦ୍ର ମିସ୍ତ୍ରୀଙ୍କ ଝିଅ ରିତାରାଣୀ ମିସ୍ତ୍ରୀ ବୋଲି ସୂଚନା ମିଳିଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.