Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଆଦର୍ଶ ମହିଳା ଆଇଏଏସ୍ ଅଧିକାରୀ: ନବଜାତ ଶିଶୁକୁ ସାଙ୍ଗରେ ଧରି ଅଫିସ୍ ଯାଉଛନ୍ତି ସୌମ୍ୟା, ସୋସିଆଲ୍ ମିଡ଼ିଆରେ ହେଉଛି ପ୍ରଶଂସା

13/10/2020 at 1:13 PM

ଗାଜିଆବାଦ ୧୩/୧୦ : ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା ମୋଦିନଗର ଏସଡ଼ିଏମ ପଦବୀରେ ନିୟୋଜିତ ମହିଳା ଆଇଏଏସ ଅଧିକାରୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ମହିଳା ଆଇଏଏସଙ୍କ ନାଁ ସୌମ୍ୟା ପାଣ୍ଡେ। କରୋନା କାଳରେ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ମାସେ ବି ଆରାମ ନ କରି ଜନତାଙ୍କ ସେବା ପାଇଁ ଡ୍ୟୁଟି ଯଏନ କରିଥିଲେ। ଶିଶୁ ଜନ୍ମର ଏତେ କମ ସମୟରେ ପୁଣି ଡ୍ୟୁଟି ଯଏନ କରିଥିବା ସୌମ୍ୟାଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡିଓରେ ସେ ନିଜ ନବଜାତ ଶିଶୁକୁ ସାଙ୍ଗରେ ନେଇ ଅଫିସ ଯାଇଥିବା ଏବଂ ଅଫିସରେ କାମ କରୁଥିବା ଦେଖିବାକୁ ମିଳିଛି। କୋଭିଡ-୧୯ ସମୟରେ ନିଜ ଦାୟିତ୍ୱକୁ ବହୁତ ଭଲ ଭାବେ ବୁଝି ସୌମ୍ୟା ପାଣ୍ଡେ ଡିଏମଙ୍କ ଆଦେଶ ଅନୁସାରେ ପ୍ରସବର ୨୨ ଦିନ ପରେ ଅଫିସ ଆସିବା ଆରମ୍ଭ କରିଛନ୍ତି। ସୌମ୍ୟାଙ୍କ ଏହି କାମକୁ ନେଇ ସୋସିଆଲ ମିଡ଼ିଆରେ ତାଙ୍କର ଖୁବ ପ୍ରଶଂସା ହେଉଛି। ମୋଦିନଗର ତହସିଲ ଏସଡ଼ିଏମ ସୌମ୍ୟା ପାଣ୍ଡେ ନିଜ ନବଜାତ ଶିଶୁକୁ ସାଙ୍ଗରେ ଧରି ଜନସେବା କରୁଛନ୍ତି। ଲୋକେ ଏହାକୁ ଆଦର୍ଶ ବୋଲି କହିଛନ୍ତି। 

ପ୍ରୟଗରାଜର ସୌମ୍ୟା ପାଣ୍ଡେଙ୍କର ଗାଜିଆବାଦରେ ପ୍ରଥମ ନିଯୁକ୍ତି। ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର ୨୨ ଦିନର ଅବକାଶ ପରେ ଜିଲ୍ଲା ଅଧିକାରୀଙ୍କ ନିର୍ଦେଶାନୁସାରେ ସେ ପୁଣି ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୌମ୍ୟା ପାଣ୍ଡେଙ୍କୁ ଯେତେବେଳେ ଏ ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ମହିଳାମାନେ ପୂର୍ବରୁ ହିଁ ଏହିଭଳି କାମ କରି ଆସୁଛନ୍ତି | ସେ କହିଛନ୍ତି ଅନେକ ମହିଳା ଅଧିକାରୀ ନିଜ ପରିବାର ସହ ଶାସକିୟ ସେବା କାମ କରୁଛନ୍ତି | ନିଜ ନବଜାତ ଶିଶୁକୁ ସାଙ୍ଗରେ ନେଇ କାର୍ଯ୍ୟାଳୟକୁ ଆସି କାମ କରିବାରେ ତାଙ୍କ ପରିବାର ତାଙ୍କୁ ବହୁତ ସହଯୋଗ କରିଛି ବୋଲି ସେ କହିଛନ୍ତି | ଏହାସହ ଗାଜିଆବାଦ ଜିଲ୍ଲା ଅଧିକାରୀ ମଧ୍ୟ ବହୁତ ସହଯୋଗ କରିଛନ୍ତି ବୋଲି କହିଛନ୍ତି | ସୌମ୍ୟା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ବିସ୍ତାର ରୋକିବାକୁ ମିଶନ ଭାବେ ଗ୍ରହଣ କରିଛନ୍ତି। ସେଥିପାଇଁ ବର୍ତ୍ତମାନ ପରିସ୍ଥିତି ଅଧିକାରୀମାନେ କାର୍ଯ୍ୟାଳୟରେ ରହିବା ଜରୁରୀ।

କାର୍ଯ୍ୟାଳୟ କାମ ଓ ଘର କାମ ମଧ୍ୟରେ ସାମଞ୍ଜସ୍ୟ ରଖିଥିବା ସୌମ୍ୟା କହିଛନ୍ତି ଯେ ଦିନକୁ ଅନେକଥର ତାଙ୍କୁ କୋଭିଡ ହସ୍ପିଟାଲ ଯିବାକୁ ପଡିଥାଏ। ଏହାପରେସେ ଯେତେବେଳେ ଘରକୁ ଯାଆନ୍ତି ପ୍ରଥମେ ନିଜକୁ ପରେ ଫାଇଲଗୁଡିକୁ ସାନିଟାଇଜ କରନ୍ତି। ଯେପରି ପରିବାର ଲୋକ ଓ ନବଜାତ ଶିଶୁ ସୁରକ୍ଷିତ ରୁହନ୍ତୁ। ନିଜ ଶିଶୁ, ପରିବାର ସହ ତହସିଲ ଲୋକଙ୍କ ସେବା କରିବା ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

ପ୍ରୟଗରାଜର ସୌମ୍ୟା ପାଣ୍ଡେଙ୍କର ଗାଜିଆବାଦରେ ପ୍ରଥମ ନିଯୁକ୍ତି। ଶିଶୁ କନ୍ୟାକୁ ଜନ୍ମ ଦେବାର ମାତ୍ର ୨୨ ଦିନର ଅବକାଶ ପରେ ଜିଲ୍ଲା ଅଧିକାରୀଙ୍କ ନିର୍ଦେଶାନୁସାରେ ସେ ପୁଣି ନିଜ କାର୍ଯ୍ୟଭାର ସମ୍ଭାଳିଛନ୍ତି। ନିଜ ଶିଶୁକୁ କୋଳରେ ଧରି ଅଫିସରେ କାମ କରୁଥିବା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୌମ୍ୟା ପାଣ୍ଡେଙ୍କୁ ଯେତେବେଳେ ଏ ସମ୍ବନ୍ଧରେ ପ୍ରଶ୍ନ କରାଯାଇଥିଲା ସେ କହିଥିଲେ ମହିଳାମାନେ ପୂର୍ବରୁ ହିଁ ଏହିଭଳି କାମ କରି ଆସୁଛନ୍ତି। ସେ କହିଛନ୍ତି ଅନେକ ମହିଳା ଅଧିକାରୀ ନିଜ ପରିବାର ସହ ଶାସକିୟ ସେବା କାମ କରୁଛନ୍ତି। ନିଜ ନବଜାତ ଶିଶୁକୁ ସାଙ୍ଗରେ ନେଇ କାର୍ଯ୍ୟାଳୟକୁ ଆସି କାମ କରିବାରେ ତାଙ୍କ ପରିବାର ତାଙ୍କୁ ବହୁତ ସହଯୋଗ କରିଛି ବୋଲି ସେ କହିଛନ୍ତି। ଏହାସହ ଗାଜିଆବାଦ ଜିଲ୍ଲା ଅଧିକାରୀ ମଧ୍ୟ ବହୁତ ସହଯୋଗ କରିଛନ୍ତି ବୋଲି କହିଛନ୍ତି। ସୌମ୍ୟା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କରୋନା ମହାମାରୀର ବିସ୍ତାର ରୋକିବାକୁ ମିଶନ ଭାବେ ଗ୍ରହଣ କରିଛନ୍ତି। ସେଥିପାଇଁ ବର୍ତ୍ତମାନ ପରିସ୍ଥିତି ଅଧିକାରୀମାନେ କାର୍ଯ୍ୟାଳୟରେ ରହିବା ଜରୁରୀ।

କାର୍ଯ୍ୟାଳୟ କାମ ଓ ଘର କାମ ମଧ୍ୟରେ ସାମଞ୍ଜସ୍ୟ ରଖିଥିବା ସୌମ୍ୟା କହିଛନ୍ତି ଯେ ଦିନକୁ ଅନେକଥର ତାଙ୍କୁ କୋଭିଡ ହସ୍ପିଟାଲ ଯିବାକୁ ପଡିଥାଏ। ଏହାପରେସେ ଯେତେବେଳେ ଘରକୁ ଯାଆନ୍ତି ପ୍ରଥମେ ନିଜକୁ ପରେ ଫାଇଲଗୁଡିକୁ ସାନିଟାଇଜ କରନ୍ତି। ଯେପରି ପରିବାର ଲୋକ ଓ ନବଜାତ ଶିଶୁ ସୁରକ୍ଷିତ ରୁହନ୍ତୁ। ନିଜ ଶିଶୁ, ପରିବାର ସହ ତହସିଲ ଲୋକଙ୍କ ସେବା କରିବା ତାଙ୍କ ଦାୟିତ୍ୱ ବୋଲି ସେ କହିଛନ୍ତି।

   Related Posts