ଟିକ୍‌ଟକ୍‌ ଯୋଗୁଁ TICS ର ଶିକାର ହେଉଛନ୍ତି ଯୁବତୀ: ସତର୍କ କଲେ ଡାକ୍ତର, କଣ ଏହି ରୋଗ ଜାଣନ୍ତୁ

Published By : Prameya-News7 Bureau | October 19, 2021 IST

ନୂଆଦିଲ୍ଲୀ ୧୯/୧୦ : ଦୁନିଆର ଅନେକ ଦେଶରେ ସୋସିଆଲ ମିଡିଆ ସାଇଟ ଯୋଗୁଁ ଯୁବତୀମାନଙ୍କଠାରେ ଏକ ବିଶେଷ ପ୍ରକାରର ରୋଗ ଦେଖିବାକୁ ମିଳୁଛି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ ଅନେକ ଯୁବତୀଙ୍କ ଠାରେ TICS ସମସ୍ୟା ଦେଖାଦେଇଛି। TICS  ଅର୍ଥାତ ଲୋକେ ହଠାତ୍ ଚଳପ୍ରଚଳ ଆରମ୍ଭ କରନ୍ତି କିମ୍ବା କୌଣସି ପ୍ରକାର ଶବ୍ଦ କରିଥାନ୍ତି। ଲୋକେ ଏହା ବାରମ୍ବାର କରିଥାନ୍ତି। ଯେଉଁମାନଙ୍କ ମଧ୍ୟରେ TICS ସମସ୍ୟା ଦେଖାଦିଏ ସେମାନେ ଏହିସବୁ କାର୍ଯ୍ୟ କରିବାରେ ନିଜକୁ ରୋକି ପାରନ୍ତି ନାହିଁ। ଏହାର କାରଣ ମଧ୍ୟରେ, ଚାପ, ଉଦାସୀନତା ସହିତ ଟିକଟକ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ହୋଇପାରେ। କରୋନା ମହାମାରୀ ସମୟରେ ଏହି ପରିସ୍ଥିତିରେ ବୃଦ୍ଧି ହୋଇଛି। ଅନେକ ମେଡିକାଲ୍ ଜର୍ନାଲ୍ ଏ ସମ୍ବନ୍ଧରେ ଆର୍ଟିକଲ ଲେଖିଛନ୍ତି ଯେ କିଶୋରୀ ଓ ଯୁବତୀ ଟିକଟକରେ ଏମିତି ଭିଡିଓ ଦେଖୁଛନ୍ତି ଯାହା Tourette syndrome ପୀଡିତ।

VOA ନ୍ୟୁଜ୍ ଅନୁଯାୟୀ, ଟୁରେଟ୍ ସିଣ୍ଡ୍ରୋମ୍ ହେଉଛି ଏକ ପ୍ରକାର ସ୍ନାୟୁ ପ୍ରଣାଳୀ ସହ ଜଡିତ ଡ଼ିସଅର୍ଡର ଯେଉଁଥିପାଇଁ ମାଂସପେଶୀ ଟାଣିବା, ମାଂସପେଶୀ ବାରମ୍ବାର ଫଡଫଡ କରିବା, ସ୍ୱର, ହାତ ଓ ଗୋଡରେ ହଠାତ ଗଣ୍ଠି ହୋଇଯିବା ଆରମ୍ଭ ହୋଇଯାଏ। ଏହି ବ୍ୟାଧି ସାଧାରଣତଃ ଯୁବାବସ୍ଥାରେ ହୋଇଥାଏ ଓ ଧୀରେ ଧୀରେ ବଢିଥାଏ।

ଜର୍ମାନୀର ହାନୋଭରରେ ରହୁଥିବା ଜଣେ ଡାକ୍ତର ଡ. କାର୍ଷ୍ଟେନ୍ ମଲର୍-ୱାହଲ୍ ଜେରୁଜେଲମ୍ ପୋଷ୍ଟକୁ କହିଛନ୍ତି ଯେ ସେ ଅଧିକରୁ ଅଧିକ କିଶୋର ଏବଂ ଯୁବତୀଙ୍କ ଠାରେ TICS ରୋଗ ଦେଖିଛନ୍ତି। ୨୫ ବର୍ଷ ଧରି ଟୁରେଟ୍ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ ଯେଉଁମାନଙ୍କ ଠାରେ ଏହି ଅଭିଯୋଗ ରହିଥାଏ ସେ ସମସ୍ତଙ୍କ ଠାରେ ସମାନ ଲକ୍ଷଣ ରହିବା ଜରୁରୀ ନୁହେଁ। ସମସ୍ତଙ୍କର ଭିନ୍ନ ଲକ୍ଷଣ ଥାଇପାରେ।

ସେ ଶୀଘ୍ର ପତା କରିଥିଲେ ଯେ ଯେ ରୋଗୀ ଜଣେ ଜର୍ମାନ ୟୁଟ୍ୟୁବରଙ୍କ TICS କପି କରୁଥିଲେ। ୟୁଟ୍ୟୁବରେ ଲୋକଙ୍କୁ ନିଜର TICS ବିଷୟରେ ୟୁଟ୍ୟୁବରେ ଲୋକମାନଙ୍କୁ କହୁଛନ୍ତି ଯେ ସେ କିପରି ଏହି ସମସ୍ୟା ସହିତ ଜୀବନ ବିତାଉଛନ୍ତି।

ଏହି ପ୍ରସଙ୍ଗରେ କୌଣସି ଜାତୀୟ କିମ୍ବା ଆନ୍ତର୍ଜାତୀୟ ତଥ୍ୟ ନାହିଁ। ଯଦିଓ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ କିଛି ମେଡିକାଲରେ TICS ମାମଲା ସାମାନ୍ୟ ଅପେକ୍ଷା ୧୦ ଗୁଣ ଅଧିକ ଆସୁଛି। ମହାମାରୀ ପୂର୍ବରୁ ମାସକୁ ଗୋଟିଏ କିମ୍ବା ଦୁଇଟି ମାମଲା ଆସୁଥିଲା, କିନ୍ତୁ ବର୍ତ୍ତମାନ କିଛି ଡାକ୍ତର କହୁଛନ୍ତି ଯେ ପ୍ରାୟ ୧୦ ରୁ ୨୦ ମାମଲା ସାମ୍ନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.