Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଯୁବତୀଙ୍କ ଏକା ଜିଦ୍‌ ‘ମୁଁ ବିଧାୟକଙ୍କ ପ୍ରେମିକା’

28/01/2021 at 10:47 PM

 ଅନୁଗୋଳ୨୮/୧: ମୁଁ ବିଧାୟକଙ୍କ ପ୍ରେମିକା, ତାଙ୍କ ସହ ମୋର ପୁରୁଣା ସଂପର୍କ ରହିଛି। ଏମିିତି କହି  ବିଧାୟକଙ୍କୁ ବିବାହ କରିବେ ବୋଲି ଜିଦ୍ ଧରି ବସିଲେ ଯୁବତୀ। ବିଧାୟକ ନିଜ ବାସଭବନରେ ଥିବା ସମୟରେ ଉକ୍ତ ଯୁବତୀ ଧସେଇ ପଶିଥିଲେ। ଜନୈକା ଯୁବତୀ ଜଣେ ଆଇନ୍‌ଛାତ୍ରୀ। ଅନୁଗୋଳ ଜିଲ୍ଲା ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳଙ୍କୁ ବିବାହ କରି​ବା ବୋଲି ଯୁବତୀଙ୍କ ଏକାଜିଦ୍। ଏ ନେଇ ବିଧାକୟଙ୍କ ବାସଭବନରେ ସାମ୍ନାରେ ସେ ଧାରଣାରେ ବସିଥିଲେ। ଯୁବତୀ ଜଣଙ୍କ ବିଧାୟକଙ୍କ ପ୍ରେମିକା ବୋଲି ବାରମ୍ବାର ଦାବି କରିଥିଲେ। ତଥାପି ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ।

ଏ ସଂପର୍କରେ ପାଲଲହଡ଼ା ପୋଲିସ ଜାଣିବା ପରେ ବିଧାୟକଙ୍କ ବାସଭବନରେ ପହଞ୍ଚି ଉକ୍ତ ଯୁବତୀଙ୍କୁ ଥାନାକୁ ଉଠାଇ ଆଣିଥିଲେ। ରାତି ପ୍ରାୟ ୨ଟା ବେଳେ ଯୁବତୀଙ୍କୁ ଥାନାରୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଉକ୍ତ ଯୁବତୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ।  ଏ ନେଇ ପାଲଲହଡ଼ା ବିଧାୟକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ବିଧାୟକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ତେବେ ପାଲଲହଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts