କ୍ଵାରେଣ୍ଟାଇନ୍ ସେଣ୍ଟରରେ ଯୁବତୀଙ୍କ ସହ ଦୁଷ୍କର୍ମ, ଅଭିଯୁକ୍ତ ଗାର୍ଡ ଗିରଫ

Published By : Prameya-News7 Bureau | July 15, 2020 IST

ପାଟନା୧୫।୦୭: ପିଏମସିଏଚର ଆଇସୋଲେସନ ଓ୍ଵାର୍ଡରେ  ଭର୍ତ୍ତି ନାବାଳିକ ଯୁବତୀ ସହିତ ସେଠାରେ ଡ୍ୟୁଟିରେ ଥିବା ଗାର୍ଡ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ବୟସ ୧୫  ବର୍ଷ। ଏହି ଘଟଣା ଜୁଲାଇ ୮ରେ ଘଟିଥିବା କୁହାଯାଉଛି। ଏହି ମାମଲାରେ ମହିଳା ଥାନାରେ ପୋସ୍କୋ ଓ ଦୁଷ୍କର୍ମର ଧାରା ଆଧାରରେ କେସ୍ ରୁଜୁ କରାଯାଇ ଅଭିଯୁକ୍ତ ଗାର୍ଡ ମହେଶ ପ୍ରସାଦକୁ ଗିରଫ କରାଯାଇଛି।

ରୁଜୁ ହୋଇଥିବା ମାମଲା ଅନୁଯାୟୀ, ଶିଶୁ ଚାଇଲ୍ଡ ହେଲ୍ପଲାଇନ୍‌କୁ ପାଟନାର ବାଢ ରେଲଓ୍ଵେ ଷ୍ଟସନରେ ଏକାକୀ ବୁଲୁଥିବା ଏହି ଝିଅକୁ ପାଇଥିଲେ। ସେଠାରୁ ଆଣିବା ପରେ ନାବାଳିକାଙ୍କ କରୋନା ଯାଞ୍ଚ ପାଇଁ ପିଏମସିଏଚର ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ଜୁଲାଇ ୮ ରାତିରେ ଗାର୍ଡ ମହେଶ ପ୍ରସାଦ ଯୁବତୀକୁ ବାର୍ଥରୁମକୁ ନେଇ ଦୁଷ୍କର୍ମ କରିଥିଲା। ଏହା ପରେ  ଜୁଲାଇ ୯ରେ ଆଇସୋଲେସନ ଓ୍ଵାର୍ଡକୁ ଆଉ ଜଣେ ଯୁବତୀ ଆସିଥିଲେ ଏବଂ ତାଙ୍କ ପାଖରେ ଫୋନ ଥିଲା। ଦୁଷ୍କର୍ମର ଶିକାର ନାବାଳିକା ସାହାସ ବାନ୍ଧି ଚାଇଲ୍ଡ ହେଲ୍ପଲାଇନ୍‌କୁ ଫୋନ୍ କରି ଘଟଣା ବିଷୟରେ ସବୁ କହିଥିଲେ। ଏହା ପରେ ଚାଇଲ୍ଡ ହେଲ୍ପଲାଇନ୍‌ ଏସଏସପିଙ୍କୁ ଫୋନ୍ କରି ଏହାର ସୂଚନା ଦେଇଥିଲେ। ମହିଳା ଥାନା ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତ ଗାର୍ଡକୁ ଗିରଫ କରିଛି।

ପୀଡିତାଙ୍କ ୧୬୪ ଆଧାରରେ ବୟାନ ରେକର୍ଡ କରାଯାଇଛି। ଗୁରୁବାର ପୀଡିତାଙ୍କ ଡାକ୍ତରୀ ମାଇନା କରାଯିବ। ଏହି ଘଟଣା ପରେ ପିଏମସିଏଚର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଣେ ନାବାଳିକ ଯୁବତୀ ସହିତ ଦୁଷ୍କର୍ମ କେମିତି ହେଲା ମହିଳା ଥାନା ଅଧିକାରୀ ଆରତୀ ଜୟସଓ୍ଵାଲ ତଦନ୍ତରେ ଜୁଟିଛନ୍ତି।

ଯେଉଁ ଗାର୍ଡ ଉପରେ ସୁରକ୍ଷା ଦାୟିତ୍ଵ ଥିଲା ସେ ହିଁ ନାବାଳିକା ସହିତ ଦୁଷ୍କର୍ମ କରିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ , ଜୁଲାଇ ୮ ତାରିଖ ରାତିରେ ଯେବେ ସେ ଆଇସୋଲେସେନ ଓ୍ଵାର୍ଡରେ ଅନ୍ୟ ଯୁବତୀଙ୍କ ସହ ଶୋଇଥିଲେ, ତେବେ ତାଙ୍କୁ ନିଦ ହୋଇନଥିଲା। ଗାର୍ଡ ବାହାନା କରି ପାଖକୁ ଡାକିଥିଲା। ଏହା ପରେ ପାଖକୁ ଯିବାରୁ ଯୁବତୀଙ୍କୁ ବଳପୂର୍ବକ ବାର୍ଥରୁମରେ  ବନ୍ଦ କରି ଦୁଷ୍କର୍ମ କରିଥିଲା। ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଗାର୍ଡ ଧମକ ଦେଇଥିଲା। ଭୟରେ ପୀଡିତା କାହାକୁ କିଛି କହି ପାରିନଥିଲେ। ମାତ୍ର  ପରବର୍ତ୍ତୀ ଦିନ ଅନ୍ୟ ଏକ ଯୁବତୀ ସେଣ୍ଟରକୁ ଆସିଥିଲେ ଏବଂ ତାଙ୍କ ପାଖରେ ଫୋନ ଥିଲା। ଏହା ପରେ ପୀଡିତା ସାହାସ ବାନ୍ଧି ଉକ୍ତ ଫୋନରେ ଚାଇଲ୍ଡ ହେଲ୍ପଲାଇନ୍‌କୁ ଫୋନ କରି ଘଟଣା ବିଷୟରେ ଜଣାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.